-+91-9937148622 |
prerana_bgr@rediffmail.com |
Friday 27th March 2026 |
R.N.I. Regd No. ODIODI/2010/46693
Breaking News
08-Sep-2021
ବିନିକା(ହିମାଂଶୁ ଶେଖର ପୁଟେଲ) ସପ୍ତପୁରି ଅମାବାସ୍ୟା ଅବସରରେ ବିନିକା ସହର ସମେତ ଗ୍ରାମାଞ୍ଚଳରେ ପୁରାଉଆଁସ ପର୍ବ ପାଳିତ ହୋଇଯାଇଛି l ଛୋଟଛୋଟ ଝିଅମାନେ ମାଟିରେ ନିର୍ମିତ ଘରକରଣା ସାମଗ୍ରୀ କୁଣ୍ଡିକାଞ୍ଚିରେ ଉଖୁଡା, ଭଜାମୁଗ,ଶିମ୍ବ, ଗହମ ସହ ଅନେକ ପ୍ରକାରର ଶସ୍ୟକୁ ଚାଙ୍ଗୁଡିରେ ଧରି ବିଭିନ୍ନ ମନ୍ଦିର,ବଟବୃକ୍ଷ ତଳ,ତୁଳସୀ ଚଉରା,ଗାଁ ମୁଣ୍ଡ ବରଗଛ ଆଦି ସ୍ଥାନରେ ଏକତ୍ରିତ ହୋଇଥିଲେ l ସେଠାରେ ବିଭିନ୍ନ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ ଭୋଗକୁ ପରସ୍ୱର ମଧ୍ୟରେ ବଣ୍ଟନ କରିଥିଲେ l ସେହିପରି ଅପର ପକ୍ଷରେ ଛୋଟଛୋଟ ବାଲକମନେ କାଠ ତଥା ମାଟିରେ ତିଆରି ଚକଲଗା ହନୁମାନ, ଘୋଡ଼ା,ହାତୀ, ଠେକୁଆ,ବଳଦ ଆଦିକୁ ଫୁଲମାଳ ଚଡାଇ ଗାଁ ଦାଣ୍ଡରେ ଟାଣିଥିଲେ l ଏହି ପରିପ୍ରେକ୍ଷୀରେ ଝିଅମାନେ ଉକ୍ତ ଘୋଡ଼ା,ହାତୀ,ହନୁମାନକୁ ବନ୍ଦାପନା କରିବା ସହ ସମ୍ବର୍ଦ୍ଧିତ କରି ବାଳକ ମାନଙ୍କୁ ରାଶି,ଲିଆ,ହୁରୁମ୍ ଲଡୁ,ଚଣା ଖାଇବାକୁ ଦେଇଥିଲେ l ଏହି ନିଆରା ପରମ୍ପରା ଖେଳ କୁଶାନ ରାଜତ୍ଵ ସମୟରୁ ପାଳିତ ହୋଇ ଆସୁଥିବାରୁ ପିଲାମାନଙ୍କର ଖେଳକୁ ଯୁଦ୍ଧର ପ୍ରତୀକ ଓ ଝିଅମାନଙ୍କ ଖେଳ ଘରକରଣାର ଶିକ୍ଷା ଦେବା ଓ ସମ୍ପର୍କର ଡୋରି ବାନ୍ଧି ଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଥିବାରୁ ଉଭୟ ପୁଅଝିଅଙ୍କ ଖେଳକୁ ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ ଉତ୍ସାହିତ କରିଥିବା ଦେଖାଯାଇଥିଲା l