-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
30-Aug-2021
ବୀରମହାରାଜପୁର,ମୁର୍ଷୁଣ୍ଢି(ଆର୍ତ୍ତତ୍ରାଣ ଖୁର୍ଡିଆ): ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକରେ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ବୀରମହାରାଜପୁରର ୪ ଦଫା ଦାବି ନେଇ ଜିଲ୍ଲା ଯୁବ କଂଗ୍ରେସ କମିଟି ଏବଂ ବ୍ଳକ କଂଗ୍ରେସ କମିଟି ତରଫରୁ ବନ୍ଦଡାକରା ଦିଆଯାଇଛି।ବୀରମହାରାଜପୁରକୁ ସଂପୂର୍ଣ୍ଣ ମରୁଡି ଘୋଷଣା,ଏନ.ଏ.ସି ମାନ୍ଯତା,ଦେଉଳି‐ବାଉଁଶୁଣି ମହାନଦୀ ସେତୁ,ସୁରୁବାଲିରେ ଆନିକଟ ଓ ହରିହର ଜୋରର ବାମପାର୍ଶ୍ୱ କେନାଲ ନିର୍ମାଣ ଇତ୍ୟାଦି ଦାବୀ ନେଇ କଂଗ୍ରେସ ଦଳ ବନ୍ଦ ଘୋଷଣା କରିଛି।ବନ୍ଦ ସମୟରେ ସମସ୍ତ ଜରୁରୀକାଳୀନ ସେବା ଚାଲୁରହିବା ସହ କୋର୍ଟ, କଚେରୀ, ଅଫିସ, ଦୋକାନ ବଜାର,ବ୍ଯବସାୟିକ ପ୍ରତିଷ୍ଠାନ,ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ବ୍ଳକ କଂଗ୍ରେସ ସଭାପତି ବସନ୍ତ ମହାକୁର,ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ,ବ୍ଳକ ଯୁବ କଂଗ୍ରେସ ସଭାପତି ବିଦ୍ଯାଧର ଖୁର୍ଡିଆ ପ୍ରମୁଖ ସୂଚନା ଦେଇଛନ୍ତି।