-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
30-Aug-2021
ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ସହରର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା।ନିର୍ଝରିଣୀର ସଂପାଦକ ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ ମାଝୀପଡା ପ୍ରାଥମିକ ବିଦ୍ୟାଳୟ ପାଖରେ ଥିବା ଖାଲି ପଡିଆରେ ଶାଗୁଆନ,ଆମ୍ବ,ନିମ୍ବ,ଅଁଳା, ବାହାଡା,ହରିଡା
ଆଦି ଗଛ ଲଗାଯାଇଥିଲା।ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡମାଳି,ମହୁଲପାଟି ଫରେଷ୍ଟର ସତ୍ୟବାନ ମାଝୀ, ମାଳୀସମାଜ ସଭାପତି କବିରାଜ ପୁଟେଲ,ଜବାହର ଆଦିବାସୀ କ୍ଳବ ସଂପାଦକ ସହଦେଵ ମାଝୀ, ପ୍ରକୃତିପ୍ରେମୀ ବୈକୁଣ୍ଠ ପୁଟେଲ, କିଶୋର ବରିହା, ଆଶିଷ ଜୈନ,ଥମିର ଛତ୍ରିଆ ସମେତ ଅନ୍ୟମାନେ ଯୋଗ ଦେଇଥିଲେ।