-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
29-Aug-2021
ଟିଟିଲାଗଡ଼ (ପ୍ରେରଣା ଖବର) :ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ଥାନା ଅନ୍ତର୍ଗତ କପସିଭଟା ଗ୍ରାମର ଜଣେ ନବମ ଶ୍ରେଣୀ ର ଛାତ୍ରୀ କୁମା ବାଗ,(ଛଦ୍ମନାମ)ନାମ୍ନୀ ୧୪ ବର୍ଷୀୟା ନାବାଳିକା ଏକ ଧାରୁଆ ଛୁରୀରେ ନିଜ ବେକ ର ବିଭିନ୍ନ ସ୍ଥାନ କୁ କାଟି ରକ୍ତ ଯୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ଡାକ୍ତରଖାନା କୁ ପରିବାର ଲୋକେ ପହଞ୍ଚେଇ ଥିଲେ । ବର୍ତ୍ତମାନ ତାଙ୍କୁ ବଲାଙ୍ଗୀର କୁ ଚିକିତ୍ସା ପାଇଁ ନିଆଯାଇଥିବା ପରିବାର ବର୍ଗ ପ୍ରକାଶ କରିଛନ୍ତି ।ତାଙ୍କ ଘରେ ଶନିବାର ଅପରାହ୍ନ ପ୍ରାୟ ୭ ଟା ସମୟରେ ସେ ସ୍ବଭାବିକ ଥିବା ବେଳେ କେଉଁ କାରଣରୁ ଏପରି ଘଟିଛି ତାହା ଜଣାପଡିନି । ସେହିପରି ଟିଟିଲାଗଡ ସହର ର ସିର୍ଭଟା ପଡ଼ା ର ରୋମାନ କୁମାର ନାମକ ଜଣେ ଯୁବକ ଘରେ ଏକ କୋଠରୀରେ ଶନିବାର ଅପରାହ୍ନ ପ୍ରାୟ ୭ଟା ବେଳକୁ ଅନୁରୂପ ଭାବେ ଏକ ଧାରୁଆ ଅସ୍ତ୍ର ରେ ନିଜ ବେକ ତଥା ଗୁରୁତ୍ଵ ପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ମାତ୍ରାଧିକ ଭାବେ କାଟି ରକ୍ତାକ ଅବସ୍ଥାରେ ଘରେ ଥିବା ଏକ କୋଠରୀ ରେ ପଡିରହିଥିବା ଦେଖି ସାଇ ଲୋକେ ଟିଟିଲାଗଡ଼ ମୁଖ୍ୟ ସବ ଡିଭିଜନ ଡାକ୍ତର ଖାନା ଆଣିଥିବା ବେଳେ ବର୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ଜଣାଯାଇଛି ।