-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
27-Aug-2021
ବଲାଙ୍ଗିର,(ପ୍ରେରଣା ଖବର) - ସ୍ଥାନୀୟ ମାଲପଡା ଖଦ୍ୟୋତ ଅନୁଷ୍ଠାନ ତରଫରୁ ପରିବେଶ ଉପରେ ଏକ ଆଲୋଚନାଚକ୍ର ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଣିଷ ଯଦି ସନ୍ତୁଳିତ ଖାଦ୍ୟ, ଶୃଙ୍ଖଳିତ ଜୀବନ ନିର୍ବାହ କରିବା ସହ ଜଣକୁ ଗୋଟିଏ ଲେଖାଏଁ ବୃକ୍ଷରୋପଣ କଲେ ନିଜକୁ ତଥା ପରିବେଶକୁ ସରସ ସୁନ୍ଦର କରିପାରିବ ବୋଲି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଆଲୋଚନାରେ ଅନୁଷ୍ଠାନର ସାଧାରଣ ସଂପାଦକ ଆକୁଳ ବେହେରା, ସହ-ସଂପାଦକ ମୀନକେତନ ମାଝି, ଉପଦେଷ୍ଟା ଶିକ୍ଷାବିତ୍ ଛାୟାକାନ୍ତ ସାହୁ, ରବିଚନ୍ଦ୍ର ପଶାୟତ, ନିଳମଣି ବିଶ୍ୱାଲ ସଭ୍ୟଗଣ ନିଜ ବକ୍ତବ୍ୟ ରଖିôଥିଲେ । ଏହା ସହ ପୂର୍ବ ସଭା ଅନୁସାରେ ଦଶମ ଆଇସିଏସ୍ସି କୃତିତ୍ୱ ସହ ଉତ୍ତିର୍ଣ୍ଣ ହୋଇଥିବା କୁମାରୀ ନିହିରା ଶତପଥିଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ ଲାଇନ ଚିତ୍ରାଙ୍କନ ପ୍ରତିଯୋଗିତାରେ କରାଯାଇଥିବା ପରିବେଶ ଉପରେ ବିଭିନ୍ନ କୃତି ଛାତ୍ର ଛାତ୍ରଙ୍କୁ ଟ୍ରଫି ଓ ସାର୍ଟିଫିକେଟ ଦିଆଯାଇଥିଲା । ଉକ୍ତ ସଭାରେ ମଧୁମିତା ଶପଥି, ସୌଦାମିନି ପାତ୍ର, ମଞ୍ଜରି ସାହୁ, ଆଶିଷ ନାଏକ, ଦାରାସିଂ ଭୋଇ, ନୃସିଂହ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପରିବେଶବିତ୍ ନିଳମଣି ବିଶ୍ୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂଗଠନିକ ସଂପାଦକ ଆନନ୍ଦ ଚନ୍ଦ୍ର ବଡପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।