-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
22-Aug-2021
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)- ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଜନ ଆଶିର୍ବାଦ ଯାତ୍ରା ରେ ବଭିନ୍ନ ଜିଲ୍ଲା ଗସ୍ତ କରିବା ପରେ ଆଜି ବଲାଙ୍ଗୀରରେ ପହଂଚି ଥିଲେ । ଆଜି ସଂଧ୍ୟାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଲାଙ୍ଗୀର ରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରଥମେ କଂଟାବାଞ୍ଜି ଦେଇ ପାଟଣାଗଡରୁ ବଲାଙ୍ଗୀର ଆସିବା ପରେ ଶ୍ରୀ ବୈଷ୍ଣବଙ୍କୁ ଶାନ୍ତି
ପଡା ଠାରୁ କଚେରୀ ଛଲ ଦେଇ ଏକ ବିଶାଳ ବାଇକ୍ ରେଲିରେ ପାଛୋଟି ଅଣାଯାଇଥିଲା । ପରେ ସ୍ଥାନୀୟ ଭାଗବତୀ ମନ୍ଦିର ଠାରେ ମନ୍ତ୍ରୀ ବୈଷ୍ଣବ କିଛି ସମୟ ଅଟକି ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଶେଷରେ ସ୍ଥାନୀୟ ସାର୍କିଟ ହାଉସ ଠାରେ ଅନୁଷ୍ଠିତ ଏକ ସାମ୍ବନାଦିକ ସମ୍ମିଳନୀରେ ସେ ସାମ୍ବାଦିକ ମାନଙ୍କୁ ବଲାଙ୍ଗୀର -ଖୋଦ୍ଧା ରେଳ ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯିବ ଓ ମୁଁ ଏଥି ପାଇଁ କାମର ତଦାରଖ କରୁଛି ବୋଲି କହିଥିଲେ । ଏହି ପ୍ରକଳ୍ପ ହେଉଛି ବଲାଙ୍ଗୀରର ଜୀବନ ରେଖା ତେଣୁ ଏହି ପ୍ରକଳ୍ପ ଉପରେ ବାଲଙ୍ଗୀରର ବିକାଶ ନିର୍ଭର କରୁଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ । ସୋନପୁରରୁ ବୌଦ୍ଧ ଜିଲ୍ଲା ମଧ୍ୟରେ ଜମି ଅଧିଗ୍ରହଣର କିଛି ସମାସ୍ୟା ରହିଛି ଓ ଏହାକୁ ଶୀଘ୍ର ସମାଧାନ କରାଯାଇ ରେଳ ପ୍ରକଳ୍ପର ନିର୍ମାଣ କାମକୁ ଶେଷ କରାଯିବ ବୋଲି ଶ୍ରୀ ବୈଷ୍ଣବ ପ୍ରତିଶୃତି ଦେଇଥିଲା ଏହି ସାମ୍ବାଦିକ ସମ୍ମିଳନିରେ ବିଜେପି ଜିଲ୍ଲା ସଭାପତି ଶିବାଝି ମହାନ୍ତି, ପାଟଣାଗଡ଼ର ପୂର୍ବତନ ବିଜେପି ବିଧାୟକ କନକ ବର୍ଦ୍ଧନ ସିଂଦେଓ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ଅବସରରେ ବଲାଙ୍ଗୀରର ବୁଦ୍ଧିଜୀବୀ ଓ ରେଲୱେ ୟୁଜରସ୍ ଏସୋସିଏସନର କର୍ମକର୍ତ୍ତ ମାନେ ରେଳ ମନ୍ତ୍ରଙ୍କୁ ସାକ୍ଷାତ କରି ବଲାଙ୍ଗୀରରେ ରେଳ ଚଳାଚଳ ସଂପର୍କିତ ବିଭିନ୍ନ ସମସ୍ୟା ଉତ୍ଥାପନ କରିଥିଲେ । ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକତ୍ତର୍ତ୍ତା ମାନେ ରେଳ ମନ୍ତ୍ରୀଙ୍କ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ତେବେ ରେଳ ମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମରେ ଭାଗବତୀ ମନ୍ଦିରରେ ହୋଇଥିବା ଜନସମାଗମ ଓ ସାର୍କିଟ ହାଉସରେ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ସାମାଜିକ ଦୂରତାକୁ ଆଦୌ ପାଳନ କରାଯାଇନଥିବା ଦେଖାଯାଇଥିଲା । ଶତାଧିକ ବିଜେପି କର୍ମୀ, ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ପୋଲିସ ବାହିନୀ ଓ
ସାଧାରଣ ନାଗରିକ ଙ୍କ ଭିଡକୁ ଦେଖି ଲାଗୁଥିଲା ସତେ ଯେପରି କରୋନା ଆମ ଜିଲ୍ଲାରୁ ଛାଡି ପଳାଇଛି । ତେବେ ରାରେଳମନ୍ତ୍ରୀ ଶ୍ରୀ ଅସ୍ୱିନୀ ବୈଷ୍ଣବ ଦୁର୍ଗ- ପୁରୀ ସ୍ୱତନ୍ତ୍ର ଟ୍ରେନ ଯୋଗେ ୧ଠ ଟା ୧୮ ମିନିଟରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ ।