-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
23-Aug-2021
ବିନିକା(ହିମାଂଶୁ ଶେଖର ପୁଟେଲ) ପରିବେଶ ସୃଷ୍ଟି କରିବା ପାଇଁ ଆଜି ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଏନଏସଏସ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହାକୁ କଲେଜ ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ନାୟକ ଉଦଘାଟନ କରିଥିଲେ l ପରେ ଏନଏସଏସ ପ୍ରୋଗ୍ରାମ ଅଫିସର ହରିଶ୍ଚନ୍ଦ୍ର ହୋତାଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ ସରକାରଙ୍କ କୋଭିଡ ନିୟମ ଅନୁସାରେ କଲେଜ କେମ୍ପସରୁ ବାହାରି ସ୍ୱଚ୍ଛ ପରିବେଶ ଉପରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ନିକଟସ୍ଥ କୋଲପଡାକୁ ଯାଇ ଲୋକଙ୍କୁ ପରିବେଶ ପରିଚ୍ଛନ୍ନ ରଖିବା ଦିଗରେ ସଚେତନ କରିଥିଲେ l ଏଥିରେ ଛାତ୍ର ବଳଦେବ ପଣ୍ଡା,ନିଖିଳ ପଣ୍ଡା,ଅଭିଷେକ ହୋତା,ବାବୁଲୁ ମହାକୁର,ସମ୍ଭୁ ବାଘ,ଆକାଶ ଭୂଷାଗର,ସରୋଜ ସରାଫ,ଆଲୋକ ନାଏକଙ୍କ ସମେତ ବହୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ l