-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
18-Aug-2021
ବଲାଙ୍ଗିର,(ପ୍ରେରଣା ଖବର)-ବଲାଙ୍ଗିର ମାଲପଡା ଠାରେ ସାମାଜିକ ଓ ସାଂସ୍କୃତିକ ଖଦ୍ୟୋତ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଏଥି ପାଇଁ ଅନୁଷ୍ଠିତ ଏକ ବୈଠକରେ ସର୍ବ ସମ୍ମତିକ୍ରମେ ପ୍ରଫେସର ତରୁଣ କୁମାର ମିଶ୍ରଙ୍କୁ ସଭାପତି ରୂପେ ମନୋନୟନ କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ରବିଚନ୍ଦ୍ର ପଶାୟତ ଉପ-ସଭାପତି, ସମାଜସେବୀ ଆକୁଳ ବେହେରା ସାଧାରଣ ସଂପାଦକ, ମିନ କେତନ ମାଝି ସହ-ସଂପାଦକ, ଆନନ୍ଦ ଚନ୍ଦ୍ର ବଡପଣ୍ଡା ସାଂଗଠାନିକ ସଂପାଦକ, ରାଜେଶ ପାଣିଗ୍ରାହୀ କୋଷାଧ୍ୟକ୍ଷ, କାର୍ଯ୍ୟକାରୀ ସଭ୍ୟ ଛାୟାକାନ୍ତ ସାହୁ, ପ୍ରକୃତିବନ୍ଧୁ ରାମନାରାୟଣ ଦାଶ ଓ ଭକ୍ତଚରଣ ନାୟକ, ପରିବେଶ ବିତ ନିଳମଣି ବିଶ୍ୱାଲ, ଆଶିଷ ପଣ୍ଡା ଏବଂ ସଂଗଠନର ଉପଦେଷ୍ଟା ଭାବରେ ବିବେକ ରଥ ଓ ଡ.ବଳଭଦ୍ର ଦାଶଙ୍କୁ ଚୟନ କରାଯାଇଥିଲା । ଉକ୍ତ ବୈଠକରେ ଆଗାମୀ ଦିନରେ ଦଶମ ଓ ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ଆଲୋଚନା ଚକ୍ରମାନ କରିବା ପାଇଁ ଅନୁଷ୍ଠାନର ସଭ୍ୟମାନେ ମତବ୍ୟକ୍ତ ରଖିଥିଲେ । ଶେଷରେ ଆନନ୍ଦ ଚନ୍ଦ୍ର ବଡପଣ୍ଡା ଧନ୍ୟବାଦ ଅର୍ପଣ କରି ଥିଲେ ।