-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
18-Aug-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା)ଉଲୁଣ୍ଡା ବ୍ଲକ କପାସିରା ଗ୍ରାମର ବରିଷ୍ଠ ଆଧ୍ୟାତ୍ମ୍ୟପ୍ରେମୀ ଶ୍ରୀଧର ପୁଜାହାରୀଙ୍କ ଗତକାଲି ମଧ୍ୟରାତ୍ରୀରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ, ସରଲ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ । ତାଙ୍କ ପରଲୋକରେ ଅଂଚଲରେ ଶୋକର ଛାୟା ଖେଲିଯାଇଛି । ଜୀବନରେ ଶିକ୍ଷକତା ବୃତି ଆପଣେଇ ଥିଲେ ମଧ୍ୟ ଆଧ୍ୟାତ୍ମିକ ସାଧନାରେ ବ୍ରତୀ ହୋଇ ଭାଗବତ ଧର୍ମ ପ୍ରଚାର ଉପରେ କାର୍ଯ୍ୟ କରୁଥିଲେ । ଅଂଚଲର ବିଭିନ୍ନ ଧର୍ମାନୁଷ୍ଠାନରେ ଜଡିତ ରହି ଯୁବ ବର୍ଗକୁ ଆଧ୍ୟାତ୍ମିକ ଚେତନାରେ ଉଦବୃଦ୍ଧ ହେବାକୁ ପ୍ରେରଣା ଦେଉଥିଲେ । ତାଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ଅଂଚଲର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ଆଜି ସକାଳୁ ଗାଁ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ପୁଅ ଅର୍ଦ୍ଧେନ୍ଦୁ ଶେଖର ପୁଜାହାରୀ ମୁଖାଗ୍ନୀ ଦେଇଥିଲେ । ସମସ୍ତ ପରିବାର ତଥା ଆତ୍ମୀୟ ସୂଜନ ଉପସ୍ଥିତ ରହିଥିଲେ ।