-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
16-Aug-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡ଼ିଆଠାରେ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍ କଟକଣା ଭିତରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ ଦେଶ ଓ ରାଜ୍ୟ ସହିତ ସୁବର୍ଣ୍ଣପୁର ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଆଜି ବିକାଶର ଏକ ନୂଆ ପାହାଚ ରେ ପହଞ୍ଚି ପାରିଛି। ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ର ଶାସନ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆଣିପାରିଛି। କୋଭିଡ୍ ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ସଫଳ ମୁକାବିଲା କରି ଓଡ଼ିଶା ଆଜି ଦେଶ ଏବଂ ଦେଶ ବାହାରେ ପ୍ରଶଂସିତ ହୋଇପାରିଛି ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ ମତ ରଖିଥିଲେ l ମାନ୍ୟବର ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଅଭିଭାଷଣରେ ଆହୁରି କହିଥିଲେ ଯେ ଐତିହାସିକ ସୁବର୍ଣ୍ଣପୁର ଜିଲ୍ଲାର ପାଟ ଶିଳ୍ପ, କଳା, ସଂସ୍କୃତି, ପର୍ଯ୍ୟଟନ , ଓ ଧାନ ଚାଷ ରେ ସୁବର୍ଣ୍ଣପୁର ର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ଉଲ୍ଲେଖ କରି ପାତlଳୀ ଜଗନ୍ନାଥ ଶ୍ରୀ କ୍ଷେତ୍ର, ସନ୍ଥକବି ଭୀମଭୋଇଙ୍କ ସାଧନା ଓ ସମାଧିପୀଠ ଯୋଗୁଁ ଏଇ ଜିଲ୍ଲାର ବିଶେଷ ପ୍ରସିଦ୍ଧି ରହିଥିବା ପ୍ରକାଶ କରିଥିଲେ। ଗତ କାଲି ର ଏହି କାର୍ଯ୍ୟକ୍ରମ ପାଇଁ ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୁନ୍ ପରିବେଷଣ କରାଯାଇଥିଲା ତଥା ପ୍ରଶାସନ ପକ୍ଷରୁ ସହରରେ ଅବସ୍ଥିତ ଥିବା ବିଭିନ୍ନ ବରପୂତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ଉଭୟ ଏଡ଼ିଏମ, ପିଡି ଡିଆର ଡ଼ିଏ, ଉପ ଜ଼ିଲ୍ଲାପାଳ, ଓ ପୌର ଅଧିକାରୀ ଙ୍କ ଦ୍ୱାରା ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। କୋଭିଡ଼ କଟକଣା ଯୋଗୁଁ କେବଳ ଜିଲ୍ଲା ଆରକ୍ଷୀ ବାହିନୀ ମାନଙ୍କୁ ନେଇ ପେରେଡ଼ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ରିଜର୍ଭ ପୋଲିସ ପ୍ୟାରେଡ଼ ପଡିଆ ଠାରେ ଏବଂ ଵିଶିମୁଣ୍ଡା ପଞ୍ଚାୟତର ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ଡୁଙ୍ଗୁରିପାଲି କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ମୁଖ୍ୟଅତିଥି, ଓ ଜ଼ିଲ୍ଲାପାଳ ଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ବୃକ୍ଷ ରୋପଣ କରିଥିଲେ lସ୍କୁଲ ର ପୁରାତନ ଛାତ୍ର ସଂଗଠନ ପକ୍ଷରୁ ରୁ ଉକ୍ତ ବିଦ୍ୟାଳୟ କୁ ଏକ ଲକ୍ଷ ଟଙ୍କା ଓ ବିଶିମୁଣ୍ଡା ସରପଞ୍ଚ ମଧୁ ସୁଦନ ଓତା ଙ୍କ ପକ୍ଷରୁ ପଚାଶ ହଜାର ଟଙ୍କା ମନ୍ତ୍ରୀ ଙ୍କ ଦ୍ୱାରା ପ୍ରଦାନ କରାଯାଇଅଛି l ଏହି ଦିବସର ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ସୀତାରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟନାରାୟଣ ଦାସ, ନିଶି ପୂନମ ମିଞ୍ଜ, ପ୍ରକଳ୍ପ ନିର୍ଦେଶକ ଡ଼ିଆରଡ଼ିଏ ଶ୍ରୀ ଡୋଳାମଣି ପଟେଲ, ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ସମେତ ନିମନ୍ତ୍ରିତ କୋଭିଡ ଯୋଦ୍ଧା, ବିଭିନ୍ନ ବିଭାଗୀୟ ପଦାଧିକାରୀ ପ୍ରମୁଖ ଙ୍କ ସହ ଜିଲ୍ଲା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l ଏହା ବ୍ୟତୀତ ବରିଷ୍ଠ ଅଧିକାରୀ ଙ୍କ ଦ୍ୱାରା ସ୍ଥାନୀୟ କୁଷ୍ଠ l ଆଶ୍ରମ ଅନ୍ତେବାସୀ ଙ୍କୁ ଫଳ, ବସ୍ତ୍ର ବଣ୍ଟନ, ପ୍ୟାରେଡ ପଡିଆ ଆଗରେ ବୃକ୍ଷ ରୋପଣ କରାଯାଇଥିଲା l