-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
31-Oct-2020
*ନଭେମ୍ବର ମାସରେ କେମିତି ଚାଲିବ ସରକାରୀ ଅଫିସ, ତାର ଗାଇଡ୍ ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ନଭେମ୍ବର ମାସରେ କଟକ ଭୁବନେଶ୍ୱରରେ ଥିବା ରାଜ୍ୟ ସରକାରଙ୍କ ସବୁ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ। କେଉଁ କର୍ମଚାରୀ କେତେବେଳେ ଆସିବେ, ତାହା ବିଭାଗୀୟ ମୁଖ୍ୟମାନେ ସ୍ଥିର କରିବେ। ତେବେ SRC, ଓସ୍ଡମା, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ସେବା, ମ୍ୟୁନିସିପାଲଟି ପରି ଜରୁରୀକାଳୀନ ସେବା ପୂର୍ଣ୍ଣ କ୍ଷମତାରେ ଚାଲିବ!!**ଅଫିସ କାମ ଯେମିତି ବାଧାପ୍ରାପ୍ତ ନ ହେବ, ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାରା ରାଜ୍ୟରେ ସବୁ ଶନିବାର ସରକାରୀ ଅଫିସ ବନ୍ଦ ରହିବ। କୋଭିଡ ରୋକିବା ପାଇଁ କଡ଼ାକଡ଼ି ଭାବେ ଗାଇଡ୍ ଲାଇନ୍ ପାଳନ କରିବାକୁ ମଧ୍ୟ କୁହାଯାଇଛି। ଯଦି କୌଣସି କର୍ମଚାରୀ କୋଭିଡ ପଜିଟିଭ ବାହାରନ୍ତି ତେବେ ଜୁଲାଇ ୨୩ ତାରିଖରେ ଜାରି କରାଯାଇଥିବା ନିୟମ ପାଳନ କରାଯିବ। VPN ପ୍ରଦାନ କରାଯାଇଥିବା କର୍ମଚାରୀମାନେ ଘରୁ ଥାଇ କାମ କରିବେ ବୋଲି ମଧ୍ୟ ନିର୍ଦ୍ଦେଶନାମାରେ କୁହାଯାଇଛି!!