-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
30-Oct-2020
ଭୁବନେଶ୍ବର (ପ୍ରେରଣା ଖବର) ଓଡ଼ିଶାର ମହାମାରୀ ମୁକାବିଲାକୁ ବିଶ୍ୱବାସୀଙ୍କ ପାଇଁ ମଡେଲ ସାଜିଛି । ଭୁବନେଶ୍ୱର ପୌରାଞ୍ଚଳରେ ୩.୫୦ ଲକ୍ଷ ଟେଷ୍ଟ ହୋଇଛି । ଭୁବନେଶ୍ୱରରେ ୩ଟି କୋଭିଡ କେୟାର ସେଣ୍ଟର ଓ ୭ଟି କୋଭିଡ ହସ୍ପିଟାଲ ହୋଇଛି । ଯେଉଁଥିରେ ୫୦୯ଟି ଆଇସିୟୁ ବେଡ, ୨୧୬ଟି ଭେଣ୍ଟିଲେଟର ରହିଛି ।
*ସଂକ୍ରମଣର ଗତି କେଉଁ ଆଡକୁ ଯାଉଛି ତାହା ଉପରେ ବିଶେଷଜ୍ଞମାନେ ନଜର ରଖିଛନ୍ତି । ସେରୋ ସର୍ଭେ ଆଣିଛି ଖୁସି ଖବର, ନିକଟରେ ଭୁବନେଶ୍ୱର ବିଏମସି ଅଞ୍ଚଳରେ ହୋଇଥିବା ସେରୋ ସର୍ଭେରେ ଅନୁମାନ କରାଯାଉଛି ୫୦ ପ୍ରତିଶତ ଲୋକେ ଭୂତାଣୁର ସଂସ୍ପର୍ଶରେ ଆସିବା ସହ ତାଙ୍କ ଦେହରେ ଆଣ୍ଟିବଡି ତିଆରି ହୋଇଗଲାଣି ।*