-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||     

HOME    ଅନ୍ୟାନ୍ୟ

ଆଜି ଦିନସାରାର ଖବର ସଂକ୍ଷେପରେ

30-Oct-2020



୧.ନଭେମ୍ବରରୁ ଖୋଲିପାରେ ସିନେମା ହଲ୍‌ । ସେଥିପାଇଁ ଆଗୁଆ ପ୍ରସ୍ତୁତି ହେଲେଣି ହଲ୍‌ ମାଲିକ। ପ୍ରେକ୍ଷାଳୟର ସିଟ୍‌ ସାନିଟାଇଜ୍‌ କରାଯିବା ସହ ଭିତର ସଫାସୁତୁରା କରାଯାଇଛି । 

 

 ୨.ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ଶୀତରେ ବି ଥମିବାର ନାଁ ନେଉ ନାହିଁ। ଚୀନ ରକ୍ଷା ମନ୍ତ୍ରାଳୟ କହିଛି ଲଦାଖରେ ହାଡଭଙ୍ଗା ଶୀତରେ ଯବାନଙ୍କୁ ସୁରକ୍ଷିତ ରଖିବା ତଥା ଏହାର ମୁକାବିଲା କରିବା ପାଇଁ ଆଧୁନିକ ଉପକରଣ ସେମାନଙ୍କୁ ଉପଲବ୍ଧ କରାଯାଇଛି। 

 

 ୩.ପାକିସ୍ତାନର ଲୋକଙ୍କଠୁ ଅତିଷ୍ଠ ହୋଇ ୬ଟି ହିନ୍ଦୁ ପରିବାର ତୀର୍ଥର ବାହାନା କରି ଭାରତ ଫେରି ଆସିଛନ୍ତି। 

 

 ୪.ସ୍ବଦେଶୀ ମେସେଜିଙ୍ଗ ଆପ୍ ଲଞ୍ଚ କରିଛନ୍ତି ଭାରତୀୟ ସେନା। ‘ଆତ୍ମନିର୍ଭର ଭାରତ’ ଅଭିଯାନ ମାଧ୍ୟରେ ଭାରତୀୟ ସେନା ‘ସିକ​‌ୟୋର ଆପ୍ଳିକେସନ ଫର୍ ଦ ଇଣ୍ଟରନେଟ୍’ (ଏସଆଇ) ନାଁରେ ଏହାକୁ ଲଞ୍ଚ କରିଛନ୍ତି। 

 

 ୫.୨୪ ଘଣ୍ଟା ମଧ୍ୟରେ ୧୫୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୮୬୪୬ରେ ପହଞ୍ଚିଛି । 

 

 ୬.ଗତ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦୮ କୁ ବୃଦ୍ଧି ପାଇଛି। 

 

 ୭.ଶେଷରେ ଉପ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଳାଇବେ ବରିଷ୍ଠ ରାଜନେତା ଦାମ ରାଉତ। ବିଜେଡି ପାଇଁ ପ୍ରଚାର କରିବେ ଦାମ ରାଉତ। ତିର୍ତ୍ତୋଲ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଦାମ ପ୍ରଚାର କରିବେ। 

 

 ୮.ବଦଳିଗଲା ଫିଲ୍ମ ‘ଲକ୍ଷ୍ମୀ ବମବ’ର ନାଁ। ଅକ୍ଷୟ କୁମାର ଓ କିୟାରା ଆଡଭାନୀଙ୍କ ଅଭିନୀତ ଏ ସିନେମାର ନାଁ ଏବେ ହେଲା ‘ଲକ୍ଷ୍ମୀ’। 

 

 ୯.ଆଜି ଚଳିତ ଆଇପିଏଲ୍‌ର ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ହୋଇଛନ୍ତି । 

 

୧୦.ଓଡିଶା ପାଇଁ ଗୌରବ ଆଣିଲେ ଡାକ୍ତର ସଞ୍ଜୀବ କୁମାର ମିଶ୍ର, WHO ପରିଚାଳିତ ବିଶେଷ ପାଠ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି।

 

 ୧୧.ଦେଶର ସର୍ବ ବୃହତ୍ତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି)ର ଲାଭ ସେପ୍ଟେମ୍ବରରେ ଶେଷ ହୋଇଥିବା ତ୍ରୈମାସିକରେ ୧୦ଗୁଣା ବଢିଛି।

 

 ୧୨.ଏହି କମ୍ପାନୀ ଜୁଲାଇରୁ ସେପ୍ଟେମ୍ବର ମାସରେ ୬,୨୨୭.୩୧ କୋଟି ଅର୍ଥାତ ପ୍ରତି ସେୟାର ୬.୭୮ଟଙ୍କାର ନିଟ୍‌ ଲାଭ ଅର୍ଜନ କରିଛି। 

 

୧୩. ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୮୭  ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୭୨ରେ ପହଞ୍ଚିଛି ।

 

୧୪.ଦେଶରେ ପ୍ରାୟ ତିନି ମାସ ପରେ କୋଭିଡ୍-୧୯ର ସକ୍ରିୟ ରୋଗୀଙ୍କ ସଂଖ୍ୟା ୬ ଲକ୍ଷରୁ କମ ହୋଇଛି। ଏହା ମୋଟ୍ ମାମଲାର ୭.୩୫ ପ୍ରତିଶତ। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦେଇଛନ୍ତି। 

 

୧୫.ପଶ୍ଚିମ ତୁର୍କୀରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ଥିବା କୁହାଯାଇଛି। ଏହି ଭୂକମ୍ପରେ ଅନେକ କୋଠା ଭୂଶୁଡି ମାଟିରେ ମିଶି ଯାଇଛି। 

 

 ୧୬.ମଧ୍ୟ ପ୍ରଦେଶର ୨୮ ଆସନରେ ହେବାକୁ ଥିବା ବିଧାନସଭାର ଉପ ନିର୍ବାଚନରେ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର  ବରିଷ୍ଠ ନେତା କମଲନାଥଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। 

 

 ୧୭.ଆଇପିଏଲର ୪୯ ତମ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । ଏହି ମ୍ୟାଚରେ ଚେନ୍ନାଇ କେକେଆରକୁ ୬ ଓ୍ୱିକେଟରେ ମାତ୍ ଦେଇଥିଲା । 

 

୧୮.ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ମୋଦୀ, ‘ଆରୋଗ୍ୟ ବନ’ ଓ ଆରୋଗ୍ୟ କୁଟୀର ଉଦଘାଟନ କଲେ ମୋଦୀ ।

ଆସନ୍ତାକାଲି ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ ।

 

୧୯.୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା, ନଭେମ୍ବର ୧ ତାରିଖରୁ ଉତ୍ତର ଓଡ଼ିଶାରେ ଏବଂ ୩ରେ ଉପକୂଳରେ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି।

 

୨୦.ଶୀତରେ ଲଦାଖ ଛାଡିବାକୁ ପ୍ରସ୍ତୁତ ନୁହେଁ ଚୀନ, ଯବାନଙ୍କୁ ମିଳିଲା ଆଧୁନିକ ଉପକରଣ ।

 

୨୧.ଭାରତୀୟ ସେନା ଲଞ୍ଚ କଲା ହ୍ୱାଟ୍ସଆପ୍‌ର ବିକଳ୍ପ ଆପ୍‌ ‘ସାଇ ।

 

୨୨.ମାରୁତିର ଦୀପାବଳି ଧମାକା ! ଏହି କାର୍‌ରେ ମିଳୁଛି ୫୦ ହଜାର ଟଙ୍କାରୁ ଅଧିକ ବମ୍ପର ରିହାତି!

 

୨୩.ରାଜ୍ୟର ୫ସହରର ତାପମାତ୍ରା ୧୫ଡିଗ୍ରୀ ତଳେ । ସୋନପୁର ୧୨.୮, ଅନୁଗୁଳ ୧୩.୮, କୋରାପୁଟ ୧୫ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡିରେ ୧୪ଡିଗ୍ରୀ । ଭୁବନେଶ୍ୱରରେ ୧୯.୮, କଟକରେ ୨୦ଡିଗ୍ରୀ ସେଲସିୟସ ରେକର୍ଡ ।

 

୨୪.ଦୀପାବଳି ପରେ ଖୋଲିବ ସ୍କୁଲ ! ଏନେଇ ରାଜ୍ୟ ସରକାରଙ୍କ ବିଚାର ବିମର୍ଷ ଜାରି ; ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇପାରେ ବିଜ୍ଞପ୍ତି!

 

୨୫.ନଭେମ୍ବର ୨ରୁ ଖୋଲିବ ଭୁବନେଶ୍ବର ଏମ୍ସ ଓପିଡ଼ି, ପଞ୍ଜୀକରଣ ସଂଖ୍ୟା ରହିବ ସୀମିତ।

 

୨୬.ଖାଲି ପଡିଲା ୫୬.୫୫ପ୍ରତିଶତ ITI ସିଟ୍। Diploma ପ୍ରତି ଛାତ୍ରଛାତ୍ରୀଙ୍କ ବଢ଼ିଲାଣି ଆଗ୍ରହ,ହେଲେ ଘରୋଇ ପ୍ରତିଷ୍ଠାନରେ ୫୦ପ୍ରତିଶତରୁ କମ୍ ଆଡ଼ମିଶନ।

 

୨୭.ଅନଲାଇନ୍ ରେ ନନ୍ଦନକାନନ,ଘରେ ବସି ପର୍ଯ୍ୟଟକ ଦେଖିପାରିବେ ୧୫୭ ପ୍ରଜାତିର ପଶୁପକ୍ଷୀ।

 

୨୮.କୋଭିଡ ହସ୍ପିଟାଲର ମିଆଦିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟସରକାର।

 

୨୯.L&Tକୁ ମିଳିଲା ୨୫ ହଜାର କୋଟି ଟଙ୍କାର ବୁଲେଟ୍ ଟ୍ରେନ୍ ପ୍ରକଳ୍ପ, ୪ ବର୍ଷରେ ନିର୍ମିତ ହେବ ୪୭ ପ୍ରତିଶତ ହାଇସ୍ପିଡ ରେଲ କରିଡର ।

 

୩୦.ରାଜସ୍ଥାନ:ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି।

 

୩୧.୬୫ ବର୍ଷରେ ବ୍ରିଟିଶ୍ ବାନ୍ଧବୀଙ୍କୁ ବିବାହ କଲେ ପ୍ରସିଦ୍ଧ ଆଇନଜୀବୀ ହରିଶ ସାଲଭେ; ଦିନକୁ ନିଅନ୍ତି ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି।

 

୩୨.ଶୀତରେ ଲଦାଖ ଛାଡିବାକୁ ପ୍ରସ୍ତୁତ ନୁହେଁ ଚୀନ, ଯବାନଙ୍କୁ ମିଳିଲା ଆଧୁନିକ ଉପକରଣ।

 

୩୩.ମହାମାରୀ କରୋନା ମୁକାବିଲାରେ ବୟସ୍କ ଲୋକଙ୍କ ପାଇଁ ସହାୟକ ହୋଇପାରେ ବିସିଜି ଟିକା । ଆଇସିଏମଆର ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ଜଣାପଡିଛି।

 

୩୪.ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଡ ଖବର । ନଭେମ୍ବର ୧ରୁ ଜାରି ହେବ ନୂଆ ନିୟମ । ଯାହାର ସିଧାସଳଖ ପ୍ରଭାବ ପଡିବ ଗ୍ରାହକଙ୍କ ଉପରେ।

 

୩୫.ହେଲମେଟ୍ ଚେକିଂ ବେଳେ ମହିଳାଙ୍କ ଆକ୍ରମଣର ଶିକାର ହୋଇଥିଲେ ଟ୍ରାଫିକ୍ ପୋଲିସ, ପୁରସ୍କୃତ କଲେ ବରିଷ୍ଠ ଅଧିକାରୀ।

 

୩୬.ୟୁରୋପରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ସ୍ପେନରେ ଲାଗିଲା ୬ ମାସ ପାଇଁ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି!

 

୩୭.ନିର୍ବାଚନ ଲଢିବାକୁ ଟିକେଟ୍ ନମିଳିବାରୁ ବ୍ୟବସାୟୀଙ୍କ ଆତ୍ମହତ୍ୟା, ସୁସାଇଡ୍ ନୋଟରେ ଲେଖିଲେ -୨ କୋଟି ଟଙ୍କା ମାଗୁଥିଲେ! ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ଗାଜିପୁରରେ ଘଟିଛି। ବିଏସପି(ବହୁଜନ ସମାଜବାଦୀ ପାର୍ଟିର ଟିକେଟରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ।

 

୩୮.ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୧୧ ଲକ୍ଷ ୮୫ ହଜାର ୭୩୩କୁ ବୃଦ୍ଧି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୫୩ ଲକ୍ଷ ୧୨ ହଜାର ୭୬୨ ।ସୁସ୍ଥ ହେଲେଣି ୩ କୋଟି ୨୯ ଲକ୍ଷ ୮୫ ହଜାର ୫୬୧ ଆକ୍ରାନ୍ତ । ବିଶ୍ବର ୨୧୬ଟି ଦେଶରେ କାୟା ମେଲାଇଛି କୋରୋନା ଭାଇରସ।

 

୩୯.ଦିନକରେ ୪୮,୬୪୮ ନୂଆ ଆକ୍ରାନ୍ତ ଚିହ୍ନଟ, ୫୬୩ ମୃତ । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦,୮୮,୮୫୧କୁ ବୃଦ୍ଧି । ସକ୍ରିୟ ସଂକ୍ରମିତ ୫,୯୪,୩୮୬, ସୁସ୍ଥ ହେଲେଣି ୭୩,୭୩,୩୭୫ ।

  

୪୦.ତୁର୍କୀ, ପାକିସ୍ତାନ ଭଳି ଦେଶଗୁଡିକର ନକାରାତ୍ମକ ମନ୍ତବ୍ୟର ଫ୍ରାନ୍ସ  ରାଷ୍ଟ୍ରପତି ସମ୍ମୁଖୀନ ହେଉଥିବା ବେଳେ ନୂଆଦିଲ୍ଲୀ ଗତ ୨ ଦିନରେ ଚାରିଥର ପ୍ୟାରିସ୍‌କୁ ସମର୍ଥନ ଜଣାଇଛି । 

 

୪୧.ରେଲଓ୍ଵେ ହସ୍ପିଟାଲର ଶୌଚାଳୟରେ ଲାଲ୍ ଏବଂ ସବୁଜ ରଙ୍ଗର ଟାଇଲ୍ସ ବ୍ୟବହାର କରାଯିବା ନେଇ ସମାଜବାଦୀ ପାର୍ଟି ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର କଡା ବିରୋଧ କରିଛି। 

 

୪୨.ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮୦୦ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨, ୭୩, ୮୩୮କୁ ବୃଦ୍ଧି ଘଟିଛି। 

 

 ୪୩.ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କ ବାଣିଜ୍ୟିକ ଶାଖା ଏଣ୍ଟ୍ରିକ୍ସଙ୍କ ୨୦୦୫ ଉପଗ୍ରହ ବାତିଲ ନିଷ୍ପତ୍ତି ମାମଲାରେ ଆମେରିକା ଜିଲ୍ଲା କୋର୍ଟ ରାୟ ଘୋଷଣା କରିଛନ୍ତି। 

 


News Comment




Photo in News

Advertisment
Lastest News
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026

You Might Also Like