-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
30-Oct-2020
ଦୀପାବଳୀ ପରେ ଖୋଲି ପାରେ ସ୍କୁଲ। କୋଭିଡ ପାଇଁ ଗତ ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ସ୍କୁଲ ବନ୍ଦ ଅଛି। ଏହା ଭିତରେ ମାଟ୍ରିକ ଓ ଦ୍ୱାଦଶ ପରୀକ୍ଷା ବି ଅଧାରୁ ବନ୍ଦ ହୋଇ ପରୀକ୍ଷା ହୋଇଥିବା ବିଷୟର ଅଭରେଜ ଅନୁସାରେ ମୂଲ୍ୟାୟନ ହୋଇଥିଲା। ଅନ୍ୟ ଶ୍ରେଣୀ ପରୀକ୍ଷା ହୋଇ ପାରି ନଥିଲା। ତେବେ ପୂଜା ଛୁଟି ଯାଏ ସ୍କଲ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିଲେ। ଏହା ପରେ କୋଭିଡ ସ୍ଥିତି ଅନୁଧ୍ୟାନ କରି ସ୍କୁଲ ଖୋଲା ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ଗତ ମାସ ସ୍କୁଲ ପରିସର ସଫା କରିବା ସହ ଶିକ୍ଷକମାନଙ୍କୁ ମୁଖ୍ୟାଳୟରେ ରହିବା ପାଇଁ ବିଭାଗୀୟ ନିର୍ଦେଶ ଦିଆଯାଇଥିଲା। ତେବେ ସ୍କୁଲ ଖୋଲିଲେ ଛାତ୍ରଛାତ୍ରଙ୍କୁ ମାସ୍କ ଓ sanitizer ପ୍ରଦାନ ସହ ସାମାଜିକ ଦୂରତା ରକ୍ଷା କରି ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ଶିକ୍ଷାବିତ।