-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
07-Aug-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର ) : ପୁଇଁନ୍ତଲା ବ୍ଳକର ବରିଷ୍ଠ କିରାଣୀ ରବୀନ୍ଦ୍ର କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଆଜି ଚଢ଼ାଉ କରିଥିବା ଜଣାପଡ଼ିଛି । ଆଜି ସକାଳୁ ବରିଷ୍ଠ କିରାଣୀ ରବୀନ୍ଦ୍ର ମହାନ୍ତିଙ୍କ ବଲାଙ୍ଗିର ସହର ସାଗରପଡା ସ୍ଥିତ ବାସଭବନ, ଗୁଡଭେଲା ବ୍ଳକର ଡାହିମାଲ ଗ୍ରାମ ସ୍ଥିତ ବାସଭବନ ଓ ପୁଇଁନ୍ତଲା ବ୍ଲକ ଅଫିସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିବା ସୂଚନା ମଳିଛି । ତେବେ ଏଥିରେ ବଲାଙ୍ଗିର ଓ ସମ୍ବଲପୁର ଭିଜିଲାନ୍ସ ଟିମ ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି । ଏପର୍ଯ୍ୟନ୍ତ କେତେ ସମ୍ପତ୍ତିର ରହିଛି ତାହା ଜଣାପଡିନାହିଁ ଓ ଏହାର ଆକଳନ ଚାଲିଥିବା ଭିଜିଲାନ୍ସ ଟିମ କହିଛନ୍ତି।