-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
07-Aug-2021
ବଲାଙ୍ଗୀର(ପ୍ରେରଣା ଖବର) :ବଲାଙ୍ଗିରରେ ପୋଲିସ ଡି, ଜି,ଡ଼, ଅଭୟ କୁମାର । ବଲାଙ୍ଗିର ଜିଲ୍ଲାର ଆଇନ୍ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବା ପାଇଁ ସେ ବଲାଙ୍ଗିର ଗସ୍ତରେ ଆସିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମାଓ ଗତିବିଧି ସଂପର୍କରେ ବିଭାଗୀୟ ପଦକ୍ଷେପ ଉପରେ ସମୀକ୍ଷା କରିବେ । ତାଙ୍କ ଗସ୍ତ କାର୍ଯ୍ୟକ୍ରମ ଯୋଗୁଁ ବଲାଙ୍ଗିର ଜିଲ୍ଲା ପୋଲିସ ମଧ୍ୟରେ ବିଶେଷ ତତ୍ପରତା ଦେଖାଦେଇଛି । ଜିଲ୍ଲା ସୀମାନ୍ତ ଛତିଶଗଡ଼,ଆନ୍ଧ୍ରପ୍ରଦେଶ ଓ ଝାରଖଣ୍ଡ ଆଦି ଜିଲ୍ଲା ସହ ଯୋଗାଯୋଗ ଓ ମାଓବାଦୀ ଗତିବିଧି ନେଇ ତର୍ଜମା କରିବା ସୂଚନା ମିଳିଛି । ତେବେ ଡିଜି ଅଭୟଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତରେ ପୋଲିସ ବିଭାଗର ନୂତନ ପଦକ୍ଷେପ ଉପରେ ବଲାଙ୍ଗିର ଜିଲ୍ଲାବାସୀଙ୍କ ନଜର ରହିଛି ।