-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
07-Aug-2021
ବିନିକା(ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଘୋଡାଧାର ଗ୍ରାମରେ ବିଶ୍ଵ ସ୍ତନ୍ୟପାନ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି l ଅଙ୍ଗନୱାଡ଼ି କର୍ମୀ ଗାୟତ୍ରୀ ପୂଜାହାରୀଙ୍କ ପ୍ରତେକ୍ଷ୍ୟ ତତ୍ତ୍ଵାବଧାନରେ ଅନୁଷ୍ଟିତ ଏହି ଶୋଭାଯାତ୍ରାରେ ଗ୍ରାମର ୪୦ଜଣ ମହିଳାଙ୍କ ସମେତଆଶା କର୍ମୀ ଭୂମିଶୁତା ନାଗ,ଅଙ୍ଗନୱାଡ଼ି କର୍ମୀ ଜାନକୀ ନାୟକ,ସୁମିତ୍ରା ନାଗ,ବବିତା ବାଘ,ଲୀଳାବତୀ ବଗର୍ତ୍ତୀ ପ୍ରମୁଖ ସାମିଲ ହୋଇ ଥିଲେ l ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ଗ୍ରାମବାସୀଙ୍କୁ ୦ରୁ୬ମାସ ପର୍ଯ୍ୟନ୍ତ ଶିଶୁର ରୋଗ ପ୍ରତିଷେଧକ ବୃଦ୍ଧି ପାଇଁ ମା କ୍ଷୀର ଖାଇବାକୁ ମାଇକ ଯୋଗେ ସଚେତନ କରାଯାଇଥିଲା l ପରେ ଅଙ୍ଗନୱାଡ଼ି କେନ୍ଦ୍ରରେ ଅନୁଷ୍ଟିତ ଵୈଠକରେ ଅଙ୍ଗନୱାଡ଼ି କର୍ମୀ ଗାୟତ୍ରୀ ଉପସ୍ଥିତ ମହିଳା ମାନଙ୍କୁ ମା କ୍ଷୀରର ଉପକାରିତା ଉପରେ ପ୍ରାଞ୍ଜଳ ଭାବେ ଅବଗତ କରିଥିଲେ l