-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
04-Aug-2021
ନୂଆପଡ଼ା,(ପ୍ରେରଣା ଖବର)
ଓ,ବି,ସି,ର ହକ ଅଧିକାର ପାଇଁ ଆଜି ନୂଆପଡା ଜ଼ିଲ୍ଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ର ରେଲି ଭିକ୍ଷୋବ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି l ନୂଆପଡାଜ଼ିଲ୍ଲା ଏକତା ଛକ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ରେଲି ବାହାରି ଜ଼ିଲ୍ଲାପାଳ କାର୍ଯ୍ୟlଳୟ ସଂମୁଖରେ ପହଂଚି ଥିଲା l ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ର ଜ଼ିଲ୍ଲା ସଂଯୋଜକ ନିର୍ଥ ନାଏକ,ରମାକାନ୍ତ ବାଗ ଙ୍କ ନେତୃତ୍ୱ ରେ ପ୍ରଦର୍ଶନୀ ରେଲିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ର ଓଡିଶା ରାଜ୍ୟ ସଭାପତି ଜଗଦୀଶ ଯାଦବ,ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା କଳାହାଣ୍ଡି ଶାଖା ସାଧାରଣ ସମ୍ପାଦକ ଆଦିତ୍ୟ ହଂସ ଯାଦବ, ପଚିମ ଓଡ଼ିଶା ଯାଦବ ବିକାଶ ପରିଷଦ କଳାହାଣ୍ଡି ସଭାପତି ତୁଳମଣି ନାଗ,ବି.ଏମ୍.ପି. ରାଜ୍ୟ ସମ୍ପାଦକ ପ୍ରମୋଦ ଦଣ୍ଡସେନା, ଲଳିତ ନିଆଲ ଯାଦବ, ଧର୍ମରାଜ ନାଗ ବଂଶୀ,ପ୍ରେମ ରାଉତ, ଚନ୍ଦ୍ରମଣି ନାଏକ,
ରାଜୀବ ତାଣ୍ଡି ଓ କୁନୁ ହଂସ ପ୍ରମୁଖ ଉଦବୋଧନ ଦେଇ .ଓ.ବି.ସି. ର ହକ ନ୍ୟାର୍ଯ୍ୟ ନିଟରେ 52%, ଜାତିଭିତିକ ଜନଗଣନା,କ୍ରିମିଲିଅର ଉଛେଦ କରିବା ସଂଗେ ସଙ୍ଗେ ପ୍ରତେକ କ୍ଷେତ୍ରରେ ସଂଖ୍ୟାନୁପାତିକ ଅଧିକାର ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ମତ ପ୍ରକାଶ ପାଇଥିଲା l ଏହା ପରେ ମହାମହିମ ରାଷ୍ଟ୍ରପତିଙ୍କ ଉଧେସ୍ୟରେ ନୂଆପଡା ଜ଼ିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇ ଥିଲା l