-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
04-Aug-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ୟୁରିଆ ସାର ର ଅଭାବ ଦେଖାଦେଇଥିବାରୁ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ର କୋକସରା ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ଚାଷୀମାନେ ରୁଣ କରଜ କରି ଚାଷ କରିଥିଲେ ହେଲେ ବର୍ତ୍ତମାନ ୟୁରିଆ ସାର ର ଘୋର ଅଭାବ ଦେଖାଦେଇଥିବାରୁ ଓ ଚଢା ଦରରେ ବିକ୍ରୟ କରାଯାଉଥିବାରୁ ଚାଷୀ ମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ଏହାର ପ୍ରତିବାଦରେ ଆଜି କୋକସରା ଠାରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ତରଫରୁ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ବସନ୍ତ ପୁରୋହିତ,ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମଣ ଵାଗ,ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, ଜିଲ୍ଲା ଉପସଭାପତି ବଦ୍ରିନାରାୟଣ ପଟନାୟକ, ଲକ୍ଷ୍ମୀକାନ୍ତ ଵାଗ , ସୁଧିର ରଞ୍ଜନ ପଟଯୋଷୀ, ବିଜୟ ଦେଵ ସାହୁ ,ଗୋଦାବରୀଶ ପାତ୍ର, ଦୁର୍ଗା ପ୍ରସାଦ ପ୍ରଧାନୀ, ନରେନ୍ଦ୍ର ପ୍ରଧାନୀ ,ତ୍ରିନାଥ ବାଗ,ଗଣେଶ ନନ୍ଦ, ସୁଶିଲ ପାଢୀ ,ସୁଜିତ ସିଂହ ରାଜପୁତ ,ମଧୁବନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।