-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
03-Aug-2021
ବୌଦ୍ଧ (ପ୍ରେରଣା ଖବର ବ୍ୟୁରୋ) : ଗୋଟିଏ ଦିନ ଗୋଟିଏ ଜୁଇରେ ଗୋଟିଏ ପରିବାରର ବାପ ଏବଂ ପୁଅଙ୍କର ଶବ ଜଳିବା ଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ବୌଦ୍ଧ ବ୍ଲକ୍ ମୁଣ୍ଡାପଡା ଗ୍ରାମ ପଞ୍ଚାୟତ କମିରା ଗ୍ରାମର ମଶାଣିରେ l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ ମୁଣ୍ଡାପଡା ପଂଚାୟତ କମିରା ଗ୍ରାମର ସୁଵିଜ୍ଞ ରଣା ଙ୍କର ଝାଡା ପରିଶ୍ରା ଦୀର୍ଘ ଦଶ ଦିନ ହେବ ବନ୍ଦ ହୋଇଯାଇଥିଲା।ଫଳରେ ସେ ଖାଇବା ପିଇବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ l ଚିକିତ୍ସା ପାଇଁ ତାଙ୍କୁ ପରିବାର ଲୋକେ ଘରେ ରଖିଥିବା ସଞ୍ଚିତ ଅର୍ଥ ସମେତ ଜମିବାଡ଼ି ବିକ୍ରି କରି ପ୍ରଥମେ ବୌଦ୍ଧ, ବଲାଙ୍ଗୀର ଓ ପରେ ବୁର୍ଲା ନେଇ ଚିକିତ୍ସା କରିଥିଲେ। ତେବେ ତାଙ୍କ ସ୍ୱାସ୍ଥବସ୍ଥାରେ କୌଣସି ସୁଧାର ନ ଆସିବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲ କୁ ରେଫର କରିଥିଲେ ମାତ୍ର ଅର୍ଥ ଅଭାବରୁ ତାଙ୍କୁ ସେଠାକୁ ନେଇ ପାରିନଥିଲେ।ଫଳରେ ସୁଵିଜ୍ଞଙ୍କ ପେଟ ଫୁଲି ରହି ସାଙ୍ଘାତିକ ଅବସ୍ଥା ହୋଇଥିଲା ଓ ଶେଷରେ ଗତକାଲି ସେ ମୃତ୍ୟୁ ବରଣ କରିଥିଲେ | ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିବା ତାଙ୍କ ବାପା ବସନ୍ତ ରଣା ଅଧ ଘଣ୍ଟାପରେ ଆଖି ବୁଜିଦେଲେ l ପରେ ବନ୍ଧୁ ପରିଜନ ଓ ଗ୍ରାମବାସୀ ମିଶି ଗାଁ ସ୍ମଶାନକୁ ନେଇ ଗୋଟିଏ ଜୁଇରେ ବାପ ପୁଅଙ୍କ ଶବ ସତ୍କାର କରିଥିଲେ l ଏହି ଖବର ଜଣାପଡିବା ପରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଛି।