-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||      କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   (02-Oct-2026)       ||      ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   (02-Oct-2026)       ||      ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   (02-Oct-2026)       ||      *ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   (02-Oct-2026)       ||      ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||     

HOME   ଜିଲ୍ଲା

ରାସ୍ତା, ଡ୍ରେନ ଓ ପିଇବା ପାଣି ସମସ୍ୟା ଥିବା ଅଞ୍ଚଳ ବୁଲିଲେ ନରସିଂହ, ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ପାଇଁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଦାବି

26-Jul-2021



ବଲାଙ୍ଗିର(ପ୍ରେରଣା ଖବର)-  ଆଜି ବଲାଙ୍ଗିର ପୌରାଞ୍ଚଳର ରାସ୍ତା, ଡ୍ରେନ ଓ ପିଇବା ପାଣି ସମସ୍ୟା ଥିବା ଅଞ୍ଚଳକୁ ବଲାଙ୍ଗିରର ମାନ୍ୟବର ବିଧାୟକ ନରସିଂହ ମିଶ୍ର ପୌରଧିକାରୀ ବିପିନ ବିହାରୀ ଦିପଙ୍କ ସହ ଯାଇ ସେ ଅଞ୍ଚଳର ଅଭାବ ଅସୁବିଧା ବୁଲି ଦେଖିଛନ୍ତି । ଅପରାହ୍ନରେ ସହରର ପୁରୁଣା ଅଂଚଳ ଜୁହ୍ନାଡିହି, ଗାନ୍ଧିନଗରପଡା, ଗୋକୁଳଧାମ, ସୁଦ୍‌ପଡା ଅଂଚଳର ନିଳାଦ୍ରୀ ବିହାର ଅଂଚଳକୁ ବିଧାୟକ ଶ୍ରୀ ମିଶ୍ର ପହଞ୍ôଚ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ବିଶେଷ କରି ବର୍ଷା ଦିନରେ ଏ ସବୁ ଅଂଚଳ ଖାଲୁଆ ଅଂଚଳ ହୋଇଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ । ତେଣୁ ସେଠାକାର ଅଧିବାସୀମାନେ ନାହିଁ ନ ଥିବାର ଅସୁବିଧା ଭୋଗ କରୁଛନ୍ତି । ବ୍ୟବସ୍ଥିତ ହିସାବରେ ଡ୍ରେନ ଓ ରାସ୍ତା ନ ଥିବାରୁ ଅଧିକାଂଶ ସମୟ ପାଣି ନିଷ୍କାସନ ନ ହୋଇ ଜମି ରହୁଛି । ତେଣୁ ସେଠାରେ ମଶାର ପ୍ରଦ୍ୟୁର୍ଭାବ ମଧ୍ୟ ବଢିବାରେ ଦେଖାଦେଉଛି । କ୍ରମବିଦିଷ୍ଣୁ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସହର ଉପାନ୍ତରେ ଗୋକୁଲ ଧାମ, ନିଳାଦ୍ରି ବିହାର ଭଳି ସହରରେ ଅନେକ ନୂତନ ବସ୍ତି ସ୍ଥାପନ ହୋଇଛି । ଏ ସବୁ ଅଂଚଳକୁ ଭଲ ରାସ୍ତା, ଡ୍ରେନ ଓ ପିଇବା ପାଣି ସଂଯୋଗରେ ଅନେକ ଅବ୍ୟବସ୍ଥା ଦେଖାଦେଇଛି । ତେଣୁ ଏ ଅଂଚଳ ସମେତ ବଲାଙ୍ଗିର ପୌରାଞ୍ଚଳରେ ରାସ୍ତା, ଡ୍ରେନ ଓ ପିଇବା ପାଣି ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବଲାଙ୍ଗିର ପୌରାଞ୍ଚଳ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଦାବି କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ବଲାଙ୍ଗିର ସହର ପୁରାତନ କାଳରୁ ଚେସ ବୋର୍ଡ ଭଳିଆ ରାସ୍ତା ଏବଂ ସହର ମଧ୍ୟରେ ପ୍ରାକୃତିକ ନାଳ ଓ ବନ୍ଧକଟାର ସଂଯୋଗିକରଣ ଦ୍ୱାରା ଜଳ ନିଷ୍କାସନ ସୁନ୍ଦର ଭାବରେ ହେଉଥିଲା । କିନ୍ତୁ ଜନସଂଖ୍ୟା ହୁତହୁତ ହୋଇ ବଢୁଥିବାରୁ, ତା ସହ ଜିବିକା ଅନ୍ୱେଷଣରେ ଗାଁରୁ ଲୋକେ ସହର ମଧ୍ୟରେ ଆସି ବସତି ସ୍ଥାପନ କରିଥିବାରୁ ସହର ମଧ୍ୟରେ ନୁଆଁ ନୁଆଁ ବସ୍ତିସବୁ ସ୍ଥାପନ ହୋଇଯାଇଛି । ତେଣୁ ସମଗ୍ର ପୌରାଞ୍ଚଳର ରାସ୍ତା, ଡ୍ରେନ ଗୁଡିକର ପୁନରୋଦ୍ଧାର ତଥା ବ୍ୟବସ୍ଥିତ ଢଙ୍ଗରେ ନିର୍ମାଣ କରିବା ଜରୁରି ହୋଇପଡିଛି । ତା ସହ ସହରର ସମଗ୍ର ଅଂଚଳକୁ ଏ ପର୍ଯ୍ୟନ୍ତ ପାଇପ ଯୋଗେ

ପିଇବା ପାଣି ପହଞ୍ôଚ ପାରି ନାହିଁ । ସେଥିପାଇଁ ରାସ୍ତା, ଡ୍ରେନ ଓ ପିଇବା ପାଣି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ପୌରାଞ୍ଚଳ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି । ଆଜିର ପୌରାଞ୍ଚଳ ପରିଦର୍ଶନ ସମୟରେ ଗୋକୁଳଧାମରେ ରାସ୍ତା ଓ ଡ୍ରେନର ନିର୍ମାଣ, ନିଳାଦ୍ରି ବିହାରରେ ବିଜୁଳି  ତଥା ପିଇବା ପାଣି ସଂଯୋଗିକରଣ ଏବଂ ଜୁନାଦିହି ଅଂଚଳରେ ରାସ୍ତା, ଡ୍ରେନ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଉପସ୍ଥିତ ଥିବା ପୌର ଅଧିକାରୀ ବିପିନ ବିହାରି ଦିପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପ-ସଭାପତି ଉମାକାନ୍ତ ସାହୁ, ନଗର ସଭାପତି ବୁଲୁ ଦାନି, କିଶାନ ସେଲ ସଭାପତି ସାନନ୍ଦ ମିଶ୍ର, ଡ. ପ୍ରଶାନ୍ତ ପ୍ରଧାନ, କୈଳାସ ମିଶ୍ର, ଶୁଭ୍ରାଂଶୁ ପଣ୍ଡା, ଜୁଲୁ ପଟ୍ଟନାୟକ, ଜୟନାରାୟଣ ବହିଦାର, ବିଟୁନ ସ୍ୱାଇଁଙ୍କ ସମେତ ପ୍ରଭାବିତ ଅଂଚଳର ଅନେକ ଜନସାଧାରଣ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   02-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   02-Oct-2026
  ଜିଲ୍ଲା  
ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   02-Oct-2026
  ଜିଲ୍ଲା  
ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   02-Oct-2026
  ଜିଲ୍ଲା  
ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   02-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    02-Oct-2026
  ଜିଲ୍ଲା  
କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   02-Oct-2026
  ଜିଲ୍ଲା  
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   02-Oct-2026

You Might Also Like