-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||     

HOME   ମନୋରଞ୍ଜନ

ରାଜ ଏବଂ ଶିଳ୍ପା ଙ୍କୁ ମୁଁହାମୁଁହି ଜେରା ପରେ ବିସ୍ଫୋରକ ତଥ୍ୟ ହସ୍ତଗତ କରିଛି ମୁମ୍ବାଇ ପୋଲିସ

25-Jul-2021



ପର୍ନୋଗ୍ରାଫିକ୍‌ ଫିଲ୍ମ ଓ ଭିଡିଓ ପ୍ରସ୍ତୁତ କରିବା ଅଭିଯୋଗରେ ସ୍ୱାମୀ ରାଜ୍‌ କୁନ୍ଦ୍ରା ନିକଟରେ ଗିରଫ ହୋଇଥିବାବେଳେ ମୁମ୍ବାଇ ପୁଲିସର ଟିମ୍‌ ଶୁକ୍ରବାର ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ଜୁହୁସ୍ଥିତ ବଙ୍ଗଳାରେ ତଦନ୍ତ ପାଇଁ ପହଞ୍ଚିଥିଲା । ଏହି ସମୟରେ ପୁଲିସ ନିଜ ସହ କୁନ୍ଦ୍ରାଙ୍କୁ ନେଇଥିବାବେଳେ ଦୀର୍ଘ ୪ ଘଣ୍ଟା ଧରି ସେଠାରେ ପତି-ପତ୍ନୀଙ୍କୁ ମୁହାଁମୁହିଁ ଜେରା କରିଥିବା ଜଣାପଡ଼ିଛି । ସେହି ତଦନ୍ତରୁ ବିସ୍ଫୋରକ କଥା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ସ୍ୱାମୀଙ୍କ ସମସ୍ତ କଳା କାରନାମା ସଂପର୍କରେ ଶିଳ୍ପାଙ୍କୁ ଜଣାଥିଲା । ସେ କୁନ୍ଦ୍ରାଙ୍କ ଅନେକ କଂପାନିରେ ପାର୍ଟନର ଅଛନ୍ତି । ସେଥିମଧ୍ୟରେ ଆଡଲ୍ଟ କଂପାନି ‘କେନରିନ୍‌’ ସାମିଲ । କୁନ୍ଦ୍ରା ବହୁତ ଥର ଏହି ଆପ୍‌ ଦ୍ୱାରା ହେଉଥିବା ରୋଜଗାରରୁ ମୋଟା ଅଙ୍କର ଅର୍ଥ ଶିଳ୍ପାଙ୍କ ବ୍ୟାଙ୍କ୍‌ ଏକାଉଣ୍ଟରୁ ଉଠାଇଥିଲେ । ଅନେକ ଝିଅ ମଧ୍ୟ ନିଜ ବୟାନରେ କହିଛନ୍ତି ଯେ, ଏଭଳି ଫିଲ୍ମରେ ଅଭିନୟ ପୂର୍ବରୁ ସେମାନଙ୍କୁ ଶିଳ୍ପାଙ୍କ ସହ କଥା କରାଯାଇଥିଲା । ଏଭଳିସ୍ଥିତିରେ ଶିଳ୍ପା ଜାଣିଶୁଣି ସ୍ୱାମୀଙ୍କର ଭୁଲ୍‌ କାମ ସଂପର୍କରେ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି । ସେପଟେ କୁନ୍ଦ୍ରାଙ୍କୁ ଶୁକ୍ରବାର ମାଜିଷ୍ଟ୍ରେଟ୍‌ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ କୋର୍ଟ ତାଙ୍କୁ ଆଗାମୀ ୨୭ ତାରିଖ ଯାଏ ପୁଲିସ ହାଜତକୁ ପଠାଇ ଦେଇଛନ୍ତି । ଏହି ସମୟରେ ମୁମ୍ବାଇ ପୁଲିସ ପକ୍ଷରୁ କୋର୍ଟରେ ଦର୍ଶାଯାଇଥିଲା ଯେ, ଏହି ମାମଲା କେବଳ କିଛି ପର୍ନ ଫିଲ୍ମ ଯାଏ ସୀମିତ ନୁହେଁ । ଅଭିଯୁକ୍ତ ସଂଗଠିତ ଭାବେ ଏହି ର୍ୟା କେଟ୍‌କୁ ଚଳାଉଥିଲେ । କୁନ୍ଦ୍ରା ପର୍ନୋଗ୍ରାଫିରୁ ରୋଜଗାର କରୁଥିବା ଟଙ୍କାକୁ ଅନଲାଇନ୍‌ ବେଟିଂରେ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି । ସେଥିଲାଗି ତାଙ୍କ ୟେସ୍‌ ବ୍ୟାଙ୍କ୍‌ ଓ ୟୁନାଇଟେଡ୍‌ ବ୍ୟାଙ୍କ୍‌ ଅଫ୍‌ ଆଫ୍ରିକା ଏକାଉଣ୍ଟ ସଂପର୍କରେ ତଦନ୍ତ କରାଯିବାର ଆବଶ୍ୟକତା ରହିଛି । ସେହିପରି ତାଙ୍କ ହ୍ୱାଟସଆପ୍‌ ଚାଟ୍‌ରୁ ଜଣାପଡ଼ିଛି ଯେ, ୧୨୧ ପର୍ନ ଭିଡିଓକୁ ସେ ୯ କୋଟି ଟଙ୍କାରେ ବିକ୍ରି କରିବାକୁ ଯୋଜନା କରୁଥିଲେ । ଏହା ଏକ ଅନ୍ତର୍ଜାତୀୟ ସ୍ତରର ଡିଲ୍‌ ଥିଲା ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ କୁନ୍ଦ୍ରା ନିଜ ଗିରଫଦାରି ବିରୋଧରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିଜର ଗିରଫଦାରିକୁ ସେ ଅବୈଧ ବୋଲି ଦର୍ଶାଇଛନ୍ତି । ତାଙ୍କ ଅନୁସାରେ ପୁଲିସ ତାଙ୍କୁ ଧାରା ୪୧ଏ ଅନୁସାରେ ନୋଟିସ୍‌ ଦେଇନଥିଲା । ଭିଡିଓ ପିଛା ୩ ଲକ୍ଷ ଦର : ସେହି ଇ-ମେଲ୍‌ରେ ପର୍ନ ଭିଡିଓ ପ୍ରସ୍ତୁତି ନେଇ ବିବରଣୀ ଦିଆଯିବା ପରେ କିଛି ସର୍ତ୍ତ କଥା କୁହାଯାଇଥିଲା । ସେ ଅନୁସାରେ ଯଦି ଭିଡିଓ ହଟସଟ୍‌ ଡିଜିଟାଲ ଟିମ୍‌କୁ ପସନ୍ଦ ହୁଏ ତା’ ହେଲେ ତାକୁ କିଣିନିଆଯିବ । ବଦଳରେ ୩ ଲକ୍ଷ ଟଙ୍କା ଦିଆଯିବ । ସୁଟିଂ ପୂର୍ବରୁ ଫିମେଲ୍‌ ଲିଡ୍‌ଙ୍କର ପୂରା ପ୍ରୋଫାଇଲ୍‌ ହଟସଟ୍‌ ଟିମ୍‌କୁ ପଠାଇବାକୁ ହେବ । ସେହି ଟିମ୍‌ର ଅନୁମତି ପରେ ଯାଇ ସୁଟିଂ କରାଯିବ । ଅଭିନେତ୍ରୀଙ୍କର ସୋସିଆଲ ମିଡିଆରେ ଦବ୍‌ଦବା ରହିବା ତଥା ସେ ସ୍ୱେଚ୍ଛାରେ ବୋଲ୍ଡ ସିନ୍‌ କରିବାକୁ ରାଜି ଥିବା ଦରକାର । ସେହିପରି କିଣାଯିବା ପରେ ଭିଡିଓର ସବୁ ଅଧିକାର ହଟସଟ୍‌ ଡିଜିଟାଲ ନିକଟରେ ରହିବ ବୋଲି ସେଥିରେ ସର୍ତ୍ତ ରହିଥିଲା। ଅଶ୍ଳୀଳ ଫିଲ୍ମ ପ୍ରୋଜେକ୍ଟର ନାମ ଥିଲା ‘ଖ୍ୱାବ୍‌’: ଇତିମଧ୍ୟରେ କୁନ୍ଦ୍ରାଙ୍କର ଏକ ଇ-ମେଲ୍‌ ମଧ୍ୟ ଲିକ୍‌ ହୋଇଛି । ସେଥିରେ ତାଙ୍କର ‘ଡାର୍ଟି’ ଫିଲ୍ମ ମେକିଂର ପୂରା ନିୟମ କାନୁନ ଲେଖାଯାଇଛି । ଅଶ୍ଳୀଳ ଫିଲ୍ମର ଏହି କାରବାର ସହ ଜଡ଼ିତ ପ୍ରକଳ୍ପର ନାମ ‘ଖ୍ୱାବ୍‌’ ଦିଆଯାଇଥିଲା । ‘ହଟସଟ୍‌’ର କଣ୍ଟେଣ୍ଟ ହେଡ୍‌ଙ୍କ ପକ୍ଷରୁ ଗତବର୍ଷ ଅଗଷ୍ଟ ୧୪ ସନ୍ଧ୍ୟା ୫.୨୫ରେ ପାରସ ରାନ୍ଧୱା ଓ ଜ୍ୟୋତି ଠାକୁର ନାମକ ଦୁଇଜଣ ଲୋକଙ୍କୁ ଏକ ଇ-ମେଲ୍‌ ପଠାଯାଇଥିଲା । ସେଥିରେ ‘ପ୍ରୋଜେକ୍ଟ ଖ୍ୱାବ’କୁ ନେଇ ସଂପୂର୍ଣ୍ଣ ବିବରଣୀ ଦିଆଯାଇଥିଲା । ଅଶ୍ଳୀଳ ଫିଲ୍ମର ସୁଟିଂ କେମିତି ହେବ? କ୍ୟାମେରା କେଉଁ ଦିଗରେ ରହିବ, ଅଭିନେତ୍ରୀଙ୍କ ପ୍ରୋଫାଇଲ୍‌ କେମିତି ହେବ, ଲାଇଭ୍‌ ଷ୍ଟ୍ରିମିଂ କରୁଥିବା କଳାକାରଙ୍କୁ କେମିତି ଅଧିକରୁ ଅଧିକ ଦେଖାଯାଇପାରିବ, ସୋସିଆଲ ମିଡିଆରେ ବୋଲ୍ଡ ଟିଜର, ପୋଷ୍ଟର କିଭଳି ରହିବ ସେସବୁ ସଂପର୍କରେ ନିର୍ଦ୍ଦେଶ ଦିଆଯାଇଥିଲା । ଓଟିଟି ପ୍ଲାଟଫର୍ମରେ ସବସ୍କ୍ରାଇବର ବୃଦ୍ଧି କରିବାକୁ ନେଇ ମଧ୍ୟ ଏଥିରେ ତଥ୍ୟ ଦିଆଯାଇଥିଲା


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026

You Might Also Like

  ମନୋରଞ୍ଜନ  

Jj

               
  ମନୋରଞ୍ଜନ  

Nnm