-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
24-Jul-2021
ଦେଓଗାଁ, (ପ୍ରେରଣା ଖବର): ଦେଓଗାଁ ବ୍ଲକ ଚନ୍ଦ୍ରପୁର ରୁ ଜରାସିଂହା ରାସ୍ତା କାମ କରିବା ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ପଞ୍ଚାୟତକୁ କହିଲେ ସୁଦ୍ଧା କିହେ କର୍ଣ୍ଣପାତ କରୁନାହାନ୍ତି ଏଣୁ ଚନ୍ଦ୍ରପୁରର ଗ୍ରାମବାସୀ ଆଗକୁ ରାସ୍ତା ପାଇଁ ରାସ୍ତାକୁ ବାହାରି ତୀବ୍ରତର ଆନ୍ଦୋଳନ କରିବାପାଇଁ ସଜବାଜ ହେଲେଣି l ରାସ୍ତା ମରାମତି କରି ଲୋକଙ୍କ ସୁବିଧା କରିବା ପାଇଁ ଗ୍ରାମର ଶରତ ପଟେଲ , ଶେଷଦେବ ନାଗ, ନେତ୍ରା ନନ୍ଦ ଦୀପ, ନେହେରୁ ଦୀପ, ମହେନ୍ଦ୍ର ସୁନା, ରାମ ନାଗ, ପ୍ରଶାନ୍ତ ମିଶ୍ର, ଭୋପାଳ ପଧାନ, ମନୋଜ କୁଦେଇ,ସରୋଜ କୁମ୍ଭାର, ମନୋଜ ଦୀପ ଙ୍କ ସମେତ ଚନ୍ଦ୍ରପୁରର ଏସଏଚଜି ମା ମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି l ରାସ୍ତା ନ ହେଲେ ବ୍ଲକକୁ ଅଚଳ କରି ଦିଆଯିବ କହି ବ୍ଲକ ପ୍ରଶାସନକୁ ଲିଖିତ ଆକାରରେ ଚେତାବନୀ ଦେଇଛନ୍ତି l ଏଥିସହ ବଲାଙ୍ଗୀର ଜିଲ୍ଲାପାଳକୁ ମଧ୍ୟ ଗ୍ରାମବାସୀ ଭେଟିବେ ବୋଲି କହିଛନ୍ତି l