-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
24-Jul-2021
ବଲାଙ୍ଗିର,(ପ୍ରେରଣା ଖବର): ଗାୟତ୍ରୀ ପରିବାର ଟ୍ରଷ୍ଟ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ କାମାକ୍ଷୀନଗର ନିକଟସ୍ଥ ଗାୟତ୍ରୀ ମନ୍ଦିରରେ ପବିତ୍ର ଗୁରୁ ପୂର୍ଣ୍ଣିମା ପର୍ବ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଗୁରୁ ଶିଷ୍ୟ ପରଂପରାର ଆଦର୍ଶରେ ଅନୁପ୍ରାଣିତ ହୋଇ ଗୁରୁଙ୍କ ପ୍ରତି ପୂର୍ଣ୍ଣରୂପେ ସମର୍ପିତ ହେବା ଦ୍ୱାରା ଶିଷ୍ୟର ସର୍ବାଙ୍ଗିନ ଉନ୍ନତି ସାଧିତ ହୋଇଥାଏ ବୋଲି ବ୍ୟାସପୀଠରୁ ଆର୍ଶିବଚନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଗୁରୁ ପୂର୍ଣ୍ଣିମା ପର୍ବ ପୂଜନ, ଗାୟତ୍ରୀ ଯଜ୍ଞ ଏବଂ ଗୁରୁ ଦିକ୍ଷା ଇତ୍ୟାଦି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । କରୋନା ମହାମାରିର ପ୍ରକୋପ ଦୂର ହେଉ ଏବଂ ସମସ୍ତେ ସୁସ୍ଥ, ନିରୋଗ ରୁହନ୍ତୁ ବୋଲି ପ୍ରାର୍ଥନା କରାଯିବା ସହ ସରକାରଙ୍କ ସମସ୍ତ ନିତିନିୟମକୁ ପାଳନ କରାଯାଇଥିଲା ।