-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଜିଲ୍ଲା ଆର.ଟି.ଆଇ ଫୋରମ ତରଫରୁ  ପଞ୍ଚାୟତ ସମୀକ୍ଷା ଅଭିଯାନ 

24-Jul-2021



ବଲାଙ୍ଗିର,(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ଆର.ଟି.ଆ ଫୋରମ ତରଫରୁ ପଞ୍ଚାୟତ ସମିକ୍ଷା  କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି । ଜିଲ୍ଲାରେ ସରକାରଙ୍କ ତରଫରୁ ଚାଲୁ ଥିବା ବିଭିନ୍ନ ଜନହିତକର ଯୋଜନାର ଦୁର୍ନିତିକୁ ନେଇ ବିଭିନ୍ନ ଖବର ଗୁଡିକରେ ବହୁଳ ପ୍ରସାର ହେଉଥିବା ବିଷୟକୁ ଆଖି ଆଗରେ ରଖି ଫୋରମ ଏହି ଅଭିଯାନ ହାତକୁ ନେଇଥିବା ଜଣାଯାଇଛି । ପୂର୍ବନିର୍ଦ୍ଧାରିତ ତଥା ଗ୍ରାମ ପଞ୍ଚାୟତର ଅଧିକାରୀ ଦେଇଥିବା ସମୟ ସାରଣୀ ଅନୁସାରେ ଫୋରମ ର ସଭ୍ୟମାନେ ସମୀକ୍ଷା ରେ ଭାଗ ନେଇଥିଲେ । ଆବାହକ ଶଙ୍କର ପ୍ରସାଦ ପାଣିଗ୍ରାହୀ, ସବ୍ୟସାଚୀ ପୂଜାରୀ, ଅନଙ୍ଗ କୁମାର ଠାକୁର, ନିଳମଣି ଯୋଷୀ, ସୁରଥ ପଟେଲ, କେଦାରନାଥ ନନ୍ଦ, ଗୋପବନ୍ଧୁ ଛତ୍ରୀୟା, ସୁମନ୍ତ ମେହେର, ଶୁକ୍ରୁ ବିଶ୍ୱାଲ, ବିପ୍ର ରଣା କାର୍ଯ୍ୟକ୍ରମରେ ଭାଗ ନେଇ ବୁଢିପଦର ଗ୍ରାମ ପଞ୍ଚାୟତ ସମୀକ୍ଷା ଆରମ୍ଭ କରିଥିଲେ । ସରପଞ୍‌ଚ ଲକ୍ଷ୍ମୀ ପଧାନ ଏବଂ ଗ୍ରାମପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ବେହେରାଙ୍କ ଉପସ୍ଥିତିରେ ଫୋରମ ର ସଦସ୍ୟମାନେ ପରିଦର୍ଶ ରେଜିଷ୍ଟର ଅନୁଧ୍ୟାନ କରି ଜାଣିବାୁ ପାଇଥିଲେ ଯେ ଗ୍ରାମ ପଞ୍ଚାୟତ ମନରେଗା କାର୍ଯ୍ୟକ୍ରମ ଏବଂ ଆର.ଟି.ଆଇ. ଆକ୍ଟର ନୀତିନିୟମ ଉପରେ ସାଧାରଣ ଜ୍ଞାନ ଅଭାବରୁ ଅନେକ ଦୋଷ ତୃଟି ପରିଲକ୍ଷିତ ହେଉଛି । ପଞ୍ଚାୟତ ସମୀକ୍ଷା କଲାବେଳେ ଫୋରମ ସଦସ୍ୟମାନେ ନଥିପତ୍ର ଅନୁଧ୍ୟାନ କରି ଦେଖିବାକୁ ଯେଉଁ ସବୁ କାର୍ଯ୍ୟଗୁଡିକ ମନରେଗାରେ କରାଯାଇଛି ତାର ରେକର୍ଡ ଯାହା ଅନ୍ ଲାଇନ ରେ ଅଛି ଏବଂ ନଥିପତ୍ର ଗୁଡିକ ମଧ୍ୟରେ ତାଳମେଳ ରହୁ ନାହିଁ ବୋଲି ମତ ରଖିଛନ୍ତି ଦେଖାଗଲା ଯେ ମନରେଗା ହିତାଧିକାରୀମାନେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସୁବିଧା ପାଇପାରୁ ନାହାନ୍ତି । ଅଭିଯୋଗ ଦେବା ପାଇଁ ଗ୍ରାମ ପଞ୍ଚାୟତ ରେ ଏକତ୍ରିତ ହୋଇଥିବା ପ୍ରାୟ ୨୦ଜଣ ହିତାଧିକାରୀ ତାଙ୍କର ସମସ୍ୟାର ସମାଧାନ ପାଇଁ ଫୋରମ ର ସଦସ୍ୟଙ୍କ ସହଯୋଗ କାମନା କରିଥିଲେ । ଫୋରମ ର ସଦସ୍ୟମାନେ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ ରେଜିଷ୍ଟର ସମ୍ପର୍କରେ ପଚାରିବାରୁ ଅଧିକାରୀ କହିଥିଲେ ଯେ ଆଜି ପ୍ରୟନ୍ତ ଅଭିଯୋଗ ରେଜିଷ୍ଟର ଖୋଳାଯାଇ ନାହିଁ ଏବଂ ସେଥି ପାଇଁ କୌଣସି ଅଭିଯୋଗ ଗୁଡିକୁ ଦରଜ କରାଯାଇପାରି ନାହିଁ ବୋଲି କହିଥିଲେ । ସଦସ୍ୟମାନଙ୍କ ଉପସ୍ଥିତିରେ ୧୨ ଜଣ ହିତାଧିକାରୀ ଅଭିଯୋଗ ପତ୍ର ଦାଖଲ କରିଥିଲେ ଏବଂ ରେଜିଷ୍ଟରେ ଅଭିଯୋଗ ଗୁଡିକୁ ଦରଜ କରାଯାଇଥିଲା । ଫୋରମ ର ସଦସ୍ୟମାନେ ଗ୍ରାମ ପଞ୍ଚାୟତ ର ଗ୍ରାମ ରୋଜଗାର ସେବକ ଙ୍କୁ ଆଗରୁ ସମୀକ୍ଷା ପାଇଁ କାର୍ଯ୍ୟ ନିର୍ବାହୀ ଜଣାଇଥିଲେ  ଓ ଉପସ୍ଥିତ ରହିବାକୁ କହିଥିଲେ ସୁଦ୍ଧା ଗ୍ରାମପଞ୍ଚାୟତରେ ଅନୁପସ୍ଥିତ ରହିଥିଲେ ତେଣୁ ଫୋରମ ର ସଦସ୍ୟମାନେ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଲିଖିôତ ଆକାରରେ ଜଣାଇଥିଲେ ଏବଂ ଅଭିଯୋଗକାରୀମାନଙ୍କ ଅଭିଯୋଗ କୁ ଅଗ୍ରାଧିକାର ଦେଇ ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ଏହି ଗ୍ରାମ ପଞ୍ଚାୟତ ରେ ଆରଟିଆଇ ଆକ୍ଟର ଧାରା ୪ (୧) ଉପଧାରା ୬ ଅନୁଯାୟୀ ସୂଚନା ଗୁଡିକ କର ସ୍ୱୟଂ ପ୍ରଘଟ କରିବା ନୀତିଗତ ଗତ ୧୬ ବର୍ଷ ଧରି ଅନୁପାଳନ କରାଯାଉ ନ ଥିବା ଗଭିର କ୍ଷୋଭ ପ୍ରକାଶ କରି ଅତିଶିଘ୍ର ଏହି କାର୍ଯ୍ୟ ସମାପନ କରିବା ପାଇଁ ଅଭିଯୋଗ ରେଜିଷ୍ଟର ରେ ଉଲ୍ଲେଖ କରି ଏହାର ଅନୁପାଳନ କରିବା ପାଇଁ ମତବ୍ୟକ୍ତ କରାଯାଇଥିଲା । ଲୋଇସିଂହା ବିଡଓଙ୍କ ପ୍ରକୋଷ୍ଠରେ ଫୋରମ ର ସଦସ୍ୟମାନେ ବିଡିଓଙ୍କୁ ସାକ୍ଷାତ କରି ବୁଢିପଦର ଗ୍ରାମ ପଞ୍ଚାୟତ ତଥା ବ୍ଲକ ଅଭିସର ଲୋକ ସୂଚନା ଅଧିକାରୀଙ୍କ କାର୍ଯ୍ୟକଳାପ ଓ ବ୍ଲକରେ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସଦସ୍ୟମାନେ ଜାଣିବାକୁ ପାଇଁ ଥିଲେ ଯେ ୨୦୦୫ ମସିହାରେ ପ୍ରଣୀତ ଆରଟିଆଇ ଆକ୍ଟ ଧାରା ୪ (୧) ଉପଧାରା ୬ ଅନୁସାରେ ବ୍ଲକରେ ଥିବା ସୂଚନା ଗୁଡିକ କର ସ୍ୱୟଂ ପ୍ରଘଟ କରିବା ନୀତିଗତ କର୍ତ୍ତବ୍ୟ ଗତ ୧୬ ବର୍ଷ ବିତି ଯାଇଥିଲେ ସୁଦ୍ଧା କାର୍ଯ୍ୟକାରି କରାଯାଇ ନାହିଁ । ଅଧିକନ୍ତୁ ଗତ ୧୬ ବର୍ଷ ରେ ଜିଲ୍ଲାପାଳ, ଉପ-ଜିଲ୍ଲାପାଳମାନେ ଏହି ବ୍ଲକକୁ ବହୁଥର ନରୀକ୍ଷଣ କରି ଥିଲେ ସୁଦ୍ଧା କୌଣସି ନିଜସ୍ୱ ମନ୍ତବ୍ୟ ପ୍ରଦାନ  କରି ନ ଥିବାରୁ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ । ଫୋରମର ସଦସ୍ୟମାନେ ଏହି କାର୍ଯ୍ୟକ୍ରମର ଆଗାମୀ ପନ୍ଥା ବାବଦକୁ ମତବ୍ୟକ୍ତ କରି କହିଛନ୍ତି ଯେ ବଲାଙ୍ଗିର ଜିଲ୍ଲାରେ ପ୍ରଚଳନ କରାଯାଇ ଥିବା ବିଭିନ୍ନ ଲୋକ ହିତକର କାର୍ଯ୍ୟକ୍ରମର ସମୀକ୍ଷା କରାଯିବ ଏବଂ ଏହି ସମୀକ୍ଷା ର ରିପୋର୍ଟ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରା୍‌ିବ ବୋଲି ଫୋରମ ତରଫରୁ କୁହାଯାଇଛି ଓ ଆଗାମୀ ଦିନରେ ତୃଣମୂଳ ସ୍ତରରୁ ଯଥା ପଞ୍ଚାୟତ, ବ୍ଲକଓ ଜିଲ୍ଲାସ୍ତର ରେ ଏହି ପରି କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ସାମ୍ବାଦିକ, ଓକିଲ ତଥା ସ୍ୱେଚ୍ଛାସେବୀମାନଙ୍କୁ ନେଇ ଫୋରମ କାର୍ଯ୍ୟ କରିବ ବୋଲି ଫୋରମର ଆବାହକ ଶଙ୍କର ପ୍ରସାଦ ପାଣିଗ୍ରାହୀ କହିଛନ୍ତି ।
 


News Comment




Photo in News

Advertisment
Lastest News
  ରାଜ୍ୟ  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   05-Oct-2026
  ଜିଲ୍ଲା  
ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ   05-Oct-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   05-Oct-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   05-Oct-2026
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026

You Might Also Like