-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
23-Jul-2021
ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ) :ଦୁର୍ନୀତି ର ଗନ୍ତାଘର ରୂପେ ବାରମ୍ବାର ଗୋଟିଏ, ପରେ ଗୋଟିଏ ଦୁର୍ନୀତି ମାମଲା ଲୋକ ଲୋଚନ ଆସୁଥିବା ବେଳେ ପୁଣି ଭିଜିଲାନ୍ସ ଜାଲରେ ତୁରେକେଲା ବ୍ଲକ ଗ୍ରାମ ପଞ୍ଚାୟତ ଅଫିସର(ଜିପିଓ) । ବ୍ଲକ୍ ଗ୍ରାମ ପଞ୍ଚାୟତ ଅଫିସର ଗୋବିନ୍ଦ ଭୋଇଙ୍କ ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୋନପୁରରେ ଭିଜିଲାନ୍ସ ଟିମ ଚଢ଼ଉ କରିଛି।
କଣ୍ଟାବାଞ୍ଜି ପଟେଲ କଲୋନୀ ସ୍ଥିତ ବାସଭବନ ସହ ଧଣ୍ଡାମୁଣ୍ଡା ପୈତୃକ ବାସ ଭବନ, ତୁରେକେଲା, ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଏବଂ ତାଙ୍କ ଫଟୋ ଷ୍ଟୁଡିଓରେ ଚଢ଼ଉ ହୋଇଛି।