-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||      ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||     

HOME   ଅପରାଧ

ନିଜକୁ ପୋଲିସ ପରିଚୟ ଦେଇ ଗାଡି କାଗଜପତ୍ର ଚେକିଂ କରି ସାତ ହଜାର ଟଙ୍କା ଠକିନେଲେ ଦୁର୍ବୃତ୍ତ

17-Jul-2021



ଟିଟିଲାଗଡ଼ (ପ୍ରେରଣା ଖବର ବ୍ୟୁରୋ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ର ସିନ୍ଧେକେଲା ଥାନା ଅନ୍ତର୍ଗତ ଚାନ୍ଦୁତରା ରୁ ରାଜା ଖରିଆର ରାସ୍ତା ଛକ ନିକଟରେ ରେ ଏକ ସ୍କର୍ପିଓ ଗାଡି ରେ ରାଜାଖରିଆର ପଟେ ଯାଉଥିବା ବେଳେ ନିଜକୁ ପୋଲିସ ବୋଲି ପରିଚୟ ଦେଇ ୭ ହଜାର ଟଙ୍କା ଗାଡି କାଗଜ ପତ୍ର ନ ଥିବା କହି ଆଦାୟ କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିଵାସୀ ରୋଷନ ଅଗ୍ରୱାଲ ତାଙ୍କ ପତ୍ନୀ ତଥା ଅନ୍ୟ ତିନି ଜଣ ପରିବାର ଲୋକଙ୍କ ସହ ରାଜାଖରିଆର ପଟେ ତାଙ୍କ ସମ୍ପର୍କୀୟ ଙ୍କ ଘରକୁ ଯାଉଥିବା ବେଳେ ସିନ୍ଧେକେଲା ଥାନା ଅନ୍ତର୍ଗତ ଚାନ୍ଦୁତରା ଛକ ରୁ ରାଜଖରିଆର ଯିବା ରାସ୍ତାରେ ଏକ ଧଳା ରଙ୍ଗ ର ବୁଲେରୋ ଯାହାର ନମ୍ବର ନ ଥିଲା,ଉକ୍ତ ଗାଡି ରାସ୍ତା କଡରେ ପୂର୍ବରୁ ରଖି ଠିଆହୋଇଥିବା ଡ୍ରାଇଭର ସହ ଚାରିଜଣ ଯୁବକ ହାତ ମାରି ଅଟକେଇ ଥିଲେ । ଗାଡି ର କାଗଜପତ୍ର ସହ ଡ୍ରାଇଭର ଙ୍କ ଲାଇସେନ୍ସ ଚେକ କରିବୁ କହି ମାଗିଥିଲେ । କିଛି କାଗଜ ପତ୍ର ରେ ତୃଟି ଅଛି ବୋଲି କହି ଥାନା କୁ ଗାଡି ନେଇ ଚାଲ ବୋଲି କହିବାରୁ ଅତ୍ୟନ୍ତ ଜରୁରୀ କାମରେ ଶ୍ରୀ ଅଗ୍ରୱାଲ ଯାଉଥିବା କହିଥିଲେ । ଶେଷରେ ୧୦ ହଜାର ଟଙ୍କା ଫାଇନ ଦେବାକୁ କହି ପରେ ସାତ ହଜାର ଟଙ୍କା ନେଇ ଏକ ଚିଠା ଦେଇ ଗାଡି ଛାଡିଥିଲେ । ହେଲେ ଉକ୍ତ ଚିଠା ଦେଖି ପରେ ସନ୍ଦେହ ହେବାରୁ ସେ ବୁଝି ତାହା ନକଲି ପୋଲିସ ଜାଣିବାକୁ ପାଇଥିଲେ । ଉକ୍ତ ସ୍ଥାନରେ ତଥା କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ଟିଟିଲାଗଡ, ସିନ୍ଧେକେଲା ଆଦି ଅଞ୍ଚଳରେ ଏଭଳି ନିଜକୁ ପୋଲିସ ପରିଚୟ ଦେଇ ଦାମୀ ଗାଡି ରେ ବୁଲି,ବୁଲି ଏପରି ଠକେଇ କରି ଆସୁଥିବା ବେଳେ ପୋଲିସ ପ୍ରଶାସନ ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି । ପ୍ରକାଶ ଯେ ଟିଟିଲାଗଡ ଅଞ୍ଚଳରେ ଏପରି ଠକେଇ କରୁଥିବା ଏକ ଗୋଷ୍ଠୀ ବିରୋଧ ରେ କେତେକ ମାମଲା ରୁଜ୍ଜୁ ହୋଇଥିବା ସତ୍ୱେ ପୋଲିସ ଆଜି ସୁଦ୍ଧା ଗିରଫ କରି ପାରି ନ ଥିବା ଅଭିଯୋଗ ହୋଇଛି । ଟିଟିଲାଗଡ ରୁ ଉକ୍ତ ଯୁବ ଗୋଷ୍ଟି ବର୍ତ୍ତମାନ ସିନ୍ଧେକେଲା ରେ ରହି ଉକ୍ତ ଅଞ୍ଚଳରେ ଖୋଲା, ଖୋଲି ଏପରି କାର୍ଯ୍ୟକଳାପ ଚଳାଉଥିବା ଓ ତାଙ୍କର ସମ୍ପୃକ୍ତି ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକାରୀ ନିଜେ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
*ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   09-Oct-2026
  ଜିଲ୍ଲା  
ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   09-Oct-2026
  ଜିଲ୍ଲା  
ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   09-Oct-2026
  ଜିଲ୍ଲା  
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   09-Oct-2026
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026

You Might Also Like