-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
09-Oct-2026
ଟିଟିଲାଗଡ଼(ପ୍ରେରଣା ଖବର)- ଶୁକ୍ରବାର ଦିନ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବିଜେପୁର ଉଚ୍ଚ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଗୋପାଳ ସିଂହ ସୁନାଙ୍କ ସଭାପତିତ୍ବରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯକ୍ରମ ପ୍ରାଧିକରଣ ଭୁବନେଶ୍ୱର ଓ ଗଣ ଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ ଅନୁଯାୟୀ କୁନି କୁନି ଶିଶୁ ମାନଙ୍କର ଲୁକାୟିତ ପ୍ରତିଭାକୁ ଲୋକଲୋଚନ କରିବାକୁ ଶିଶୁ ମାନଙ୍କୁ ନେଇ ବିଭିନ୍ନ ବର୍ଗରେ ବିଭିନ୍ନ ପ୍ରସଙ୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଜେପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ହୃଷୀକେଶ ବାଗ ମୁଖ୍ୟ ଅତିଥି , ଚୋରମରା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମାଝୀ ସମ୍ମାନୀୟ ଅତିଥି , ବିଜେପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ମାଝୀ ସମ୍ମାନୀୟ ଅତିଥି ଏବଂ ଗ୍ରାମର ସମାଜ ସେବି ଅଶୋକ ବଗର୍ତ୍ତୀ , ଗତିକୃଷ୍ଣ ବଗର୍ତ୍ତୀ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀଙ୍କୁ ପ୍ରତିଯୋଗିତା ମାଧ୍ୟମରେ ତାଙ୍କର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସୁଯୋଗ ଦିଅଯାଇଥିଲା ଏବଂ ମନୋନୀତ ହୋଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବର୍ଗ ରେ ଥିବା କୁନିକୁନି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଅନୁଯାୟୀ ପ୍ରତିଯୋଗିତା କରାଯାଇ ତାଙ୍କୁ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିବା ସହିତ ପୁରସ୍କାର ପ୍ରଦାନ କରାଯାଇ ତାଙ୍କୁ ପାଠ ଓ ଶାଠ ପ୍ରତି ଉତ୍ସାହିତ କରାଯାଇଥିଲା l ଏହି କାଯ୍ୟକ୍ରମରେ ଭବାନୀ ଶଙ୍କର ମାଝୀ , ଜୟକୃଷ୍ଣ ଝାଙ୍କର ଓ ଭାସ୍କର ଭରାସାଗର ମଞ୍ଚ ପରିଚାଳନା କରିଥିଲେ l ବିଭିନ୍ନ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ବିଚାରକ ଭାବେ କାର୍ଯ୍ୟ କରିଥିଲେ l ଏହୀ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରୂପେ ସଫଳ ମଣ୍ଡିତ କରିବା ପାଇଁ ପ୍ରଧାନ ଶିକ୍ଷକ ସୁଶାନ୍ତ ମାଝୀ , ସନ୍ତୋଷ ମେହେର , ଅନୋଲା ହରୋ , ରେବତୀ ନାଗ , ଟେକାଧର କୁମ୍ଭାର , ନିତେଶ ମହାନନ୍ଦ , ଭୂପେନ୍ଦ୍ର ସାଗର , ମନୋଜ ପ୍ରଧାନ , କେଶବ ଜାନିଙ୍କ ସହିତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଲ ସିଂ ସୁନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଗହଳି ଥିଲା ଓ ଏହା ସରକାରଙ୍କ ଏକ ବହୁତ ସୁନ୍ଦର କର୍ଯ୍ୟକ୍ରମ ବୋଲି ଯୋର୍ ଚର୍ଚ୍ଚା ହୋଇଥିଲା l