-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
09-Oct-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ଅବକାରୀ ଥାନାର ଅନିୟମିତତା କୁ ଜନସାଧାରଣ ନାପସନ୍ଦ କରିଛନ୍ତି। ଆଜି ଏକ ଅଜବ ଘୋଷଣା ଲୋକଲୋଚନକୁ ଆସିଛି । ଡାବୁଗାଁ ବ୍ଲକର ବିଭିନ୍ନ ଅଞ୍ଚଳ ରୁ ଅବକାରୀ ଥାନା ଅଧିକାରୀଙ୍କୁ ମଦ ବନ୍ଦ ପାଇଁ ଦରଖାସ୍ତ ଦେବାକୁ ପଦ୍ମିନୀ ହରିଜନ,ମରିୟମ ପନକା, ନିଳାଦ୍ରୀ ମାଝୀ ସହ ଶତାଧିକ ମହିଳା ଆସିଥିଲେ । କିନ୍ତୁ ଅବକାରୀ ଥାନାରେ ତାଲା ପଡ଼ିଥିବା ଯୋଗୁଁ ଦରଖାସ୍ତ ଦେଇ ପାରିଲେ ନାହିଁ। ମହିଳାମାନେ ଥାନା ଅଧିକାରୀ ଙ୍କୁ ବାରମ୍ବାର ଫୋନ କରିବା ପରେ, ସେ ନବରଙ୍ଗପୁର ଯାଇ ଦରଖାସ୍ତ ଦିଅ ବୋଲି କହିଥିଲେ। ଏଭଳି ଦାୟିତ୍ବହୀନ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ମାନେ। ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ ଏହି ଘଟଣା କୁ ନିନ୍ଦା କରିଛନ୍ତି। ନିଜ କର୍ତ୍ତବ୍ୟରେ ଅବହେଳା କରୁଥିବା ବ୍ୟକ୍ତି ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମାନେ ପ୍ରଶାସନ କୁ ଅନୁରୋଧ କରିଛନ୍ତି।ଏଭଳି ଆଜି ଡାବୁଗାଁ ନିକଟ କେରଣ୍ଡି ଗ୍ରାମରେ ମଧ୍ୟ ମହିଳା ମାନେ ଆଜି ଠାରୁ ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଛନ୍ତି। ବୋରିଗାଁ ଗ୍ରାମର ମହିଳା ମାନେ ମଧ୍ୟ ମଦ ବନ୍ଦ ପାଇଁ ଲିଖୀତ ଦରଖାସ୍ତ ଦେବା ପାଇଁ ନବରଙ୍ଗପୁର ଯାଇଥିଲେ।