-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
13-Jul-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) ରାଜ୍ୟରେ କରୋନା ଟିକାର ଅଭାବ ଟିକାକରଣକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। ମଙ୍ଗଳବାର ରାଜ୍ୟର ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଅନୁଗୁଳ, ବାଲେଶ୍ବର, ଦେବଗଡ଼, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା ଓ ସମ୍ବଲପୁରରେ ଟିକାକରଣ କରାଯିବ ନାହିଁ। ସୋମବାର ରାଜ୍ୟର ୨୪ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା । ବଳକା ୬ଟି ଜିଲ୍ଲାରେ ମାତ୍ର ୫୧ ହଜାର ୬୫୦ ଡୋଜ୍ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୩୩ଲକ୍ଷ ୮୫ହଜାର ୯୨୩ ଡୋଜ୍ ଟିକା ଦିଆଗଲାଣି।