-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
13-Jul-2021
କଣ୍ଟାବାଞ୍ଜି (ଆନନ୍ଦ କୁମାର ମୋଟେ) : ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରର ଘଡିସନ୍ଧି ମୁହୂର୍ତ୍ତରେ ଚଟୂଅନକାସ୍ଥିତ ଅଙ୍ଗନବାଡ଼ି ଖ କେନ୍ଦ୍ରଠାରେ ଏକ ସଚତନତା ସଭା ଅନୁଷ୍ଠିତ ହୋଇଥିଲା।ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ସଭାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ନମିତା ମିଶ୍ର, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ,ଆଶାକର୍ମୀ
ସୂର୍ଯ୍ୟକାନ୍ତୀ ମାଝୀ ଅତିଥି ଭାବରେ ଯୋଗ ଦେଇଥିଲେ।ପାଞ୍ଚ ବର୍ଷ ବୟସର ସମସ୍ତ ଶିଶୁ ମାନଙ୍କୁ ନିମୋନିଆ ରୁ ରକ୍ଷା କରିବାକୁ ହେଲେ ନିମୋକୋକସ କଞ୍ଜୁଗେଟ ଟିକା ତିନି ଗୋଟି ପର୍ଯ୍ୟାୟରେ ଦେବା ସହିତ କରୋନା ଟିକା ନେବାକୁ ଉପସ୍ଥିତ ମାଆ ମାନଙ୍କୁ ବୁଝେଇ ଥିଲେ।ବର୍ତ୍ତମାନ ଜନସଂଖ୍ୟା ବିସ୍ଫୋରଣ ହେଉଛି ଏବଂ ଏହା ଯୋଗୁଁ କଣ ସବୁ
ଅସୁବିଧା ହେଉଛି ତାରି ଉପରେ ଅନ୍ୟ ଅତିଥି ମାନେ ଆଲୋଚନା କରିଥିଲେ।ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ସଫଳ କରିବାକୁ ଉପସ୍ଥିତ ମାଆମାନେ ପ୍ରତିଶୃତି ଦେଇଥିଲେ।ତାପରେ ସମସ୍ତଙ୍କ ଅମ୍ଳଜାନ ସ୍ତର ଓ ତାପମାତ୍ରା ମପା ଯାଇଥିଲା।