-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
12-Jul-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ଆଜି ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀ ରୁ ୬ ଟି ଟ୍ରାକ୍ଟର କୁ ବେନିୟମ ଭାବେ ବାଲି ଚାଲାଣ କରୁଥିବା ସମୟରେ ତହସିଲଦାର ସୋନପୁର ଶ୍ରୀ ନଵୀନ କିଶୋର ପାଢ଼ୀ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ୬ ଟି ଟ୍ରାକ୍ଟର ରୁ ୫୦,୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି l ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର ଓ ରାଜସ୍ବ ନିରୀକ୍ଷକ ସୁଧୀର କୁମାର ପାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରକାଶ ଥାଉ କି ଯେ ପ୍ରଶାସନ ପକ୍ଷରୁ ଗତ ମାସ ରେ ମଧ୍ୟ ଏଭଳି ମିଳିତ ଚଢ଼ାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା l ଏବଂ ଏ ଅଭିଯାନ ଲଗାତାର ଭାବେ ଆଗକୁ ଜାରି ରହିବ ବୋଲି ସୂଚନା ମିଳିଛି l