-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
12-Jul-2021
କଣ୍ଟାବାଞ୍ଜି (ଆନନ୍ଦ କୁମାର. ମୋଟେ) : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ହରିଶଙ୍କରଠାରେ ଥିବା ମାଙ୍କଡମାନଙ୍କୁ ଖାଦ୍ୟ ଦିଆଯାଇଥିଲା।କରୋନାର ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ସରକାରଙ୍କ ତରଫରୁ ହରିଶଙ୍କରଠାରେ ଥିବା ମନ୍ଦିରକୁ ବନ୍ଦ କରିଯାଇଛି ଯାହାଫଳରେ ଭକ୍ତମାନେ ଦର୍ଶନ ପାଇଁ
ହରିଶଙ୍କର ଯାଉନାହାନ୍ତି।ସେଠାରେ ରହୁଥିବା ଆଶ୍ରିତ ମାଙ୍କଡମାନେ ଦର୍ଶକ ମାନଙ୍କଠାରୁ ଖାଇବାରୁ ବଞ୍ଚିତ ହେଉଛନ୍ତି ଯାହା ଫଳରେ ସେମାନେ ଭୋକଉପାସରେ ରହୁଛନ୍ତି।ସେମାନଙ୍କୁ ମଝିରେ ମଝିରେ ଖାଦ୍ୟ ଯୋଗାଇ ଆସୁଥିବା ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ପଞ୍ଚମ ଥରପାଇଁ ହରିଶଙ୍କର ଯାଇ ପାଉରୁଟି, ବିସ୍କୁଟ,ଜାମୁ,ବାଦାମ ଆଦି ଖାଇବା ଜିନିଷ ମାଙ୍କଡଙ୍କୁ
ଦେଇଥିଲେ।ଏହି ଖାଦ୍ୟ ଦେବାରେ ସିଆରସିସି କୁଞ୍ଜ ବିହାରୀ ସରାଫ,ଶିକ୍ଷକ ଅମରେନ୍ଦ୍ର ବେହେରା, ସମାଜସେବୀ ଆଶିଷ ଜୈନ ସାହାଯ୍ୟ ଓ ସହଯୋଗ କରିଥିଲେ।ପୂର୍ବଥର ଭଳି ଶ୍ରୀ ଦାଶ ମାଙ୍କଡଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ ଜଣେଇଛନ୍ତି।