-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
12-Jul-2021
କଣ୍ଟାବାଞ୍ଜି,(ଆନନ୍ଦ କୁମାର ମୋଟେ ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସିର ବିଭିନ୍ନ ପ୍ରକଲ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ୭୫ ଲକ୍ଷ ଅଟକଳ ବ୍ୟୟରେ ଆର୍ଦଶ ଶବଦାହ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ସେହିପରି ସାପ୍ତାହିକ ବଜାର ସ୍ଥିତ ଜନତା ଶୌଚାଳୟର ଆଧୁନିକ କରଣର ଉଦଘାଟନ ହୋଇଥିଲା । ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସବୁ କାର୍ଯର୍କ୍ରମର ଶୁଭାରମ୍ଭ କରିଥିଲେ । କଣ୍ଟାବାଞ୍ଜି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସାମି ରେଡ୍ଡି ଜୟଶ୍ରୀ, ଏମ.ଇ. ଅଶୋକ ପଟ୍ଟନାୟକ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ ।