-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
12-Jul-2021
ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଟିକିରାପଡା ଗ୍ରାମର ମଙ୍ଗଲୁ ମେହେର (୩୨)ଙ୍କ ଝିଅ ନିରୂପମା ବୟସ(୧୨)ଆଜକୁ ପ୍ରାୟ ୨ ବର୍ଷ ହେବ ଅଜଣା ରୋଗରେ ପୀଡିତ ଅଛି ।ନିରୂପମା ର ବୟସ କୁ ଦେଖିଲା ବେଳକୁ ତାର ଶାରୀରିକ ବିକାଶ ହୋଇନାହିଁ ।ସେ ଠିକ ଭାବରେ କଥା କହିପାରୁନାହିଁ କିମ୍ୱା ଚାଲିପାରୁନାହିଁ ।ତାଙ୍କ ମା କହିବା ଅନୁଯାୟୀ ତାଙ୍କ ଝିଅ ନିରୂପମା ତାର ନିଜ କାମ ସେ ନିଜେ କରିପାରୁନାହିଁ ସବୁବେଳେ ତାର ସେବା କରିବା କୁ ପଡୁଛି କହିଛନ୍ତି ।ମଙ୍ଗୁଲୁ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ସେ ତାଙ୍କ ଝିଅର ଉନ୍ନତ ଚିକିତ୍ସା ପାଇଁ ଗ୍ରାମବାସୀଙ୍କ ଠାରୁ ନିଜ ସମ୍ପର୍କୀୟ ମାନଙ୍କ ଠୁ ଧାର କରଜ କରି ବୁର୍ଲା, ସମ୍ବଲପୁର, କଟକ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ଏହାର ଚିକିତ୍ସା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେବ କହିବାରୁ ସେ ଘରକୁ ଫେରି ଆସିଥିଲେ ।ତାଙ୍କ ପାଖରେ ଯାହା ସମ୍ବଳ ଥିଲା ସର୍ବସ୍ୱନ୍ତ ହୋଇ ଭାଗ୍ୟ କୁ ଆଦରି ଘରେ
ପଡି ରହିଛନ୍ତି ।ମଙ୍ଗଲୁ ଙ୍କ ପରିବାର ଅବସ୍ଥା କହିଲେ ନ ଚଳେ ଓଳିଏ ଖାଇଲେ ଆର ଓଳିକି ଚୂଲି ଜଳୁନଥିବା କହିଛନ୍ତି ।ସେ ଜଣେ ବୁଣାକାର ସମ୍ପ୍ରଦାୟର ହୋଇଥିବାରୁ ବର୍ତ୍ତମାନ ଲକଡାଉନ ଯୋଗୁଁ ତାଙ୍କ ବୁଣା ଶାଢ଼ୀ ମଧ୍ୟ ବିକ୍ରି ହେଉନଥିବା କହିଛନ୍ତି ।ସେ କୋହଭରା କଣ୍ଠରେ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗୁହାରି କରିଛନ୍ତି ।