-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ଜିଲ୍ଲା

ଡି ଏଫ୍ ଓ ଙ୍କ ବଦଳି ପାଲା

12-Jul-2021



ବଲାଙ୍ଗୀର (ପ୍ରେରଣା ଖବର) : ବଲାଙ୍ଗୀର ଡି ଏଫ୍ ଓ ସମୀର କୁମାର ଶତପଥୀଙ୍କ ବଦଳି ହୋଇଥିବା ବେଳେ ସେ ମଧ୍ୟ କିଛି ଫରେଷ୍ଟରଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବଦଳି କରିଥିଲେ । ପ୍ରଥମେ ୧୪ ଜଣଙ୍କୁ ଡି ଏଫ୍ ଓ କାର୍ଯ୍ୟାଳୟ ପତ୍ର ସଂଖ୍ୟା- ୧୭୪/୧୧-୬-୨୦୨୧ ରେ ବଦଳି ଆଦେଶ ବାହାରିଥିଲା । ସେମାନେ ହେଲେ ନବ କିଶୋର ଦାସ, ପ୍ରିୟବ୍ରତ ନାଏକ, ଇନ୍ଦ୍ରମଣି ସାହୁ, ସତ୍ୟବାନ୍ ମାଝୀ, ମଧୁସୂଦନ ଗଡୁଆ, ତିର୍ଥବାସି ଦଳାଇ, ବିପିନ ସାହୁ, ରଞ୍ଜିତ ସିଂ ବାବୁ, ପିଙ୍କୁ ଭୋଇ, ଆଦିତ୍ୟ ନନ୍ଦ, ଆମ୍ବରିଶ ବୁଡେକ୍, ଭୁବନେଶ୍ୱର କୁମ୍ଭାର, ଜୟକୃଷ୍ଣ ଭୋଇ ଏବଂ ସୁଧୀର କୁମାର ଜେନା ।
   କାହା ଭୟରେ ଅଥବା ରାଜନୈତିକ ଚାପରେ ଭୟଭୀତ ହୋଇ ପତ୍ର ସଂଖ୍ୟା - ୧୭୭/୧୨-୭-୨୦୨୧ ରେ ସେ ନିଜେ କରିଥିବା ବଦଳି ଆଦେଶକୁ  ସ୍ଥଗିତ ରଖିଲେ । 
   କିଛିଦିନ ସ୍ଥଗିତ ରଖିବା ପରେ ପୁଣି ଆର ସି ସି ଏଫ୍ ଙ୍କ ଏପୃଭାଲରେ ଡି ଏଫ୍ ଓ ଙ୍କ କାର୍ଯ୍ୟାଳୟ ପତ୍ରସଂଖ୍ୟା ୨୨୦/୭-୭-୨୦୨୧ ରେ ବଦଳି କରାଯାଇଥିବା ଫରେଷ୍ଟର ମାନଙ୍କ ମଧ୍ୟରୁ କିଛି ଟାଣୁଆ , ବାହୁବଳୀ ଫରେଷ୍ଟରଙ୍କ ନାମ କାଟି ଅନ୍ୟମାନଙ୍କୁ ବଦଳି ଆଦେଶ ଦେଇଥିବା ଚର୍ଚ୍ଚା ହୁଏ । ପୂର୍ବରୁ ହୋଇଥିବା ୧୪ ଜଣଙ୍କ ବଦଳି ଆଦେଶରୁ ୬ ଜଣଙ୍କ ନାମ କାଟି ବାକି ୮ ଜଣଙ୍କୁ ବଦଳି କରାଯାଇଥିବା ଡି ଏଫ୍ ଓ ଙ୍କ ଚିଠି ରୁ ଜଣାପଡେ । ଯେଉ ୮ଜଣ ଙ୍କୁ ବଦଳି କଲେ  ସେମାନେ ହେଲେ ଇନ୍ଦ୍ରମଣି ସାହୁ , ସତ୍ୟବାନ୍ ମାଝୀ, ମଧୁସୂଦନ ଗଡୁଆ, ତିର୍ଥବାସି ଦଳାଇ, ଅମ୍ବରିଶ ବୁଡ଼େକ୍, ଭୁବନେଶ୍ୱର କୁମ୍ଭାର, ଜୟକୃଷ୍ଣ ଭୋଇ ଏବଂ ଗୁଣନିଧି ପରିଡ଼ା । ତେବେ ପାଟଣାଗଡ଼ ଫରେଷ୍ଟର ରାଞ୍ଜୀତ ସିଂ ବାବୁ ଅନେକ ଦୁର୍ନୀତି ରେ ଲିପ୍ତ ଥିଲେ ମଧ୍ୟ ତାଙ୍କୁ କେଉଁ କାରଣରୁ ବଦଳି କରାଗଲା ନାହିଁ ବୋଲି ଚର୍ଚ୍ଚା ହୁଏ । ଘୁଚେପାଳୀ ଠାରେ ରଞ୍ଜିତ ସିଂ ବାବୁଙ୍କ ଏକ ବେସରକାରୀ ନର୍ସରୀ ଥିବା ବେଳେ ବାଂଜୀ ଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ ଗଛ କଟିଥିବା ଏବଂ ଧୁବଲପରା ଠାରେ ବାଲ୍ଟ ହିଲ ରେ ପ୍ଲାନଟେସନ଼ ହୋଇଥିବା ଚାରା ଦୁର୍ନୀତିକୁ ମଧ୍ୟ ଘଣ୍ଟ ଘୋଡାଇ ତାଙ୍କ ବଦଳି କୁ ବନ୍ଦ କରି ଦେଇଛନ୍ତି ଡି ଏଫ୍ ଓ ସମୀର କୁମାର ଶତପଥୀ । ଆମଦୋରୋ ଗ୍ରାମର ଫର୍ଣିଚର କାରଖାନା ଉପରେ ନିଜେ ଡି ଏଫ୍ ଓ ଚଢ଼ାଉ କରି ବହୁ ମୂଲ୍ୟବାନ କାଠ ସାମଗ୍ରୀ ଜବତ କରି ୟୁଡି କେସ କରିଥିଲେ । ପୂର୍ବରୁ ପାଟଣାଗଡ଼ ରେଞ୍ଜରେ ରଞ୍ଜିତ ସିଂ ବାବୁ ୫ ବର୍ଷ ଥିବା ବେଳେ କୌଣସି କାରଣ ବଶତଃ ତାଙ୍କୁ ଟିଟିଲାଗଡ଼ ବଦଳି କରାଯାଇଥିଲା । ପରେ ଡି ଏଫ୍ ଓ ଫରେଷ୍ଟର ବାବୁ ଙ୍କୁ ପୁଣି ପାଟଣାଗଡ଼କୁ ଆଣିଲେ । ଏବେ ଧଣ୍ଡାମୁଣ୍ଡା  ହୋଇଥିବା ବଦଳିକୁ ମଧ୍ୟ ଡି ଏଫ୍ ଓ ପ୍ରତ୍ୟାହାର କରିନେଇଥିଲେ । ଚର୍ଚ୍ଚା ହୁଏ ଫରେଷ୍ଟର ବାବୁ ଡି ଏଫ୍ ଓ ଙ୍କ କିଛି ଭିତିରି କଥା ଜାଣିଛନ୍ତି କି  ?  ଏଣୁ ଡି ଏଫ୍ ଓ ଭୟ କରୁଛନ୍ତି କି ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ହୁଏ । ଆଉ ମଧ୍ୟ ଚର୍ଚ୍ଚା ହୁଏ କୁଆଡେ ଫରେଷ୍ଟର ବାବୁ ଏକା ବଦଳି ହୋଇ ଯାଆନ୍ତି ନାହିଁ , ସାଙ୍ଗରେ ଅନ୍ୟ ଜଣେ ମଧ୍ୟ ବଦଳି ହୋଇ ଯାଆନ୍ତି । ଟିଟିଲାଗଡ଼ କୁ ମଧ୍ୟ ସେ ସଙ୍ଗରେ ବଦଳି ହୋଇଯାଇଥିଲେ ଏବଂ ପାଟଣାଗଡ଼ କୁ ମଧ୍ୟ ସାଙ୍ଗରେ ବଦଳି ହୋଇ ଆସିଲେ । ଫରେଷ୍ଟର ବାବୁ ସବୁବେଳେ ଚର୍ଚ୍ଚାରେ । ଚର୍ଚ୍ଚା ହୁଏ କୁଆଡେ ଫରେଷ୍ଟର ବାବୁ ପାଟଣାଗଡ଼ ର ଟାଣୁଆ ନେତାଙ୍କ ଖାସ ଲୋକ । ଏଣୁ ତାଙ୍କୁ ପାଟଣାଗଡ଼ରୁ ବଦଳି କରିବା ଏତେ ସହଜ ନୁହେଁ । ସେ ଯେତେ ଦୁର୍ନୀତି କଲେ ମଧ୍ୟ ଛାମୁ ଙ୍କ ଶରଣ ରେ । ଛାମୁ ଶରଣମ୍ ଗଛାମି ନୀତିରେ ସେ ଜଣେ ବାହୁବଳୀ ଫରେଷ୍ଟର । ଦେଖାଯାଉ ଆଗାମୀ ଦିନରେ ବାବୁ ଆଉ କେଉ କେଉଁ ଜଙ୍ଗଳିରାଜ୍ ଚଳାଉଛନ୍ତି ଦେଖିବାକୁ ବାକି ରହିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like