-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
10-Jul-2021
ଟିଟିଲାଗଡ଼ (ପ୍ରେରଣା ଖବର) : ଟିଟିଲାଗଡ ଥାନା ଅନ୍ତର୍ଗତ ସିହିନୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବଛାଜୁଝା ଗ୍ରାମରେ ଜଣେ ଯୁବକ ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବଛାଜୁଝା ଗ୍ରାମର ବିଭୀଷଣ ନାଗଙ୍କ ୧୯ ବର୍ଷୀୟ ପୁଅ ରଞ୍ଜିତ ନାଗ ବୋଲି ଜଣାଯାଇଛି । ବଛାଯୁଝା ଗାଁରୁ ଅତର୍ଲା ଗାଁକୁ ଯିବା ରାସ୍ତାରେ ଏକ ନିମ୍ବ ଗଛରେ ଉକ୍ତ ଯୁବକ ଙ୍କ ଝୁଲନ୍ତା ଅବସ୍ଥାରେ ଶବ ଥିବା ଗ୍ରାମବାସୀ ଦେଖି ରଞ୍ଜିତଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଓ ଗ୍ରାମବାସୀ ଟିଟିଲାଗଡ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହା, ଏଏସଆଇ ଖେମସିଂ ମାଝୀ ଓ ପୋଲିସ ଦଳ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଯୁବକ ଜଣକ ଆତ୍ମହତ୍ୟା କରିଥିବା ଗ୍ରାମବାସୀ କହୁଥିବା ବେଳେ ପୋଲିସ ତଦନ୍ତ ପରେ ସବିଶେଷ ସୂଚନା ମିଳିବ ବୋଲି ଆଲୋଚନା ହେଉଛି ।