-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||     

HOME   ଜିଲ୍ଲା

ଗାଈ ଗୋରୁଙ୍କ ସହର ନୁଁହେ ତ ଏ ସୁବର୍ଣ୍ଣପୁର ?

09-Jul-2021



ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ରାଜ୍ୟ ତଥା ଦେଶ ବିଦେଶ ର ପର୍ଯ୍ୟଟକ ସୁବର୍ଣ୍ଣପୁରକୁ ଏକ ମନ୍ଦିର ମାଳିନୀ  ସହର ଓ ପର୍ଯ୍ୟଟନର  ସହର ତଥା  ଜ଼ିଲ୍ଲା ଭାବେ ଖୁବ ପ୍ରଶଂସା କରନ୍ତି ସବୁଠି l ଏହି ଜ଼ିଲ୍ଲା ଓ ସହରର ମନୋରମ ପରିବେଶ ରେ ଖୁସିରେ ବିଭୋର ଵି  ହୋଇପଡନ୍ତି l ହେଲେ  ଜ଼ିଲ୍ଲାର ଅନ୍ୟ ଅଂଚଳ  କଥା ଛାଡ଼ନ୍ତୁ,  ଆଗେ  ଜ଼ିଲ୍ଲା ସଦର ମହକୁମା ର  ସୋନପୁର  ସହରର ରାସ୍ତାଘାଟ, ନଦୀ ନାଳ ଯେଉଁଠି କି ଦେଖିବେ ଅବସ୍ଥା ଶୋଚନୀୟ ହୋଇ  ପଡିଛି  l ପୁଣି ସହର ସାରା  ରାସ୍ତାଘାଟ,  ଉଭୟ ବ୍ରିଜ, ମୁଖ୍ୟ ଛକ ମାନଙ୍କ ରେ, ଏପରିକି ଯେଉଁ ବାଟେ ଏବେ  ଜ଼ିଲ୍ଲା ତଥା ରାଜ୍ୟର  ବଡ଼ ବଡ଼ ପ୍ରଶାସକ, ଭି ଆଇ ପି,  ମନ୍ତ୍ରୀ ଯନ୍ତ୍ରୀ ଯିବା ଆସିବା କରୁଛନ୍ତି  ସେଇ  ରିଙ୍ଗ ରୋଡ଼ ରେ ମଧ୍ୟ  ଯୁଆଡେ ଦେଖିଲେ  ଏବେ  ପୁଳାପୁଳା ଗାଈ ଗୋରୁ ସମ୍ପୂର୍ଣ  ରାସ୍ତା ଅବରୋଧ  କରି ଦିନ ରାତି  ଶୋଇ ରହୁଛନ୍ତି l କିଛି କହି ସିନା

ପାରୁନି ସେମାନେ, ସେ  ଦୃଶ୍ୟରୁ  ଲାଗୁଛି  ଯେମିତି ସ୍ୱାର୍ଥପର  ମାଲିକ  ମାନଙ୍କ  ସ୍ୱାର୍ଥ ହାସଲ  ପରେ  ଘରେ ଯତ୍ନ ନ କରି ତାଙ୍କୁ ତଡି ଦେଇଥିବାର ଘଟଣାର ଏ  ହେଉଛି ପ୍ରତିବାଦ l ସେ ଯାହା ଵି ହେଉ  ମହାନଦୀରୁ ତେଲ ନଦୀକୁ ସଂଯୋଗ କରୁଥିବା ନିର୍ମାଣଧୀନ  ବାଇପାସ ଫୋରୱେ ରାସ୍ତାର ଦୂରlବସ୍ଥା ଓ  ଗାଈଗୋରୁଙ୍କ ସମସ୍ୟା ରାସ୍ତା ଯାମ ଯୋଗୁଁ  ଏଥିପାଇଁ   ସାଧାରଣ  ଲୋକେ ଏବେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଥିବାର ଦେଖିବାକୁ ମିଳୁଛି l  ବିଗତ ବର୍ଷରେ ପୁରୁଣା ଡେଲିମାର୍କେଟ ଠାରେ ଷଣ୍ଢଙ୍କ ଦୌରାତ୍ମ୍ୟରେ ପଟାଭାଡି ବସ୍ତିର ବୁଲୁ ମିଶ୍ର ନାମକ ଜଣେ ପଣ୍ଡିତ ତଥା ଶିକ୍ଷକ ଙ୍କ ମୃତ୍ୟୁବରଣ କରିଥିବା ଓ ବର୍ତମାନର ନୂତନ ମାର୍କେଟ  ପଡିଆରେ  ମଧ୍ୟ  ବୁଲା ଷଣ୍ଢଙ୍କ ଦୌରାତ୍ମ୍ୟରେ ଅନେକ ଲୋକ ଓ ବ୍ୟବସାୟୀ ଆହତ ହୋଇଥିବା ଖବର ଅଛି l ବର୍ତ୍ତମାନ ଡେଲି ମାର୍କେଟ ଓ ସହର  ବଜାର ରାସ୍ତାରେ   ଲୋକେ ଭୟଭୀତ ଅବସ୍ଥାରେ  ଯିବା ଆସିବା କରୁଛନ୍ତି  l ବାହାରୁ ଆସୁଥିବା  ଅତିଥି ଅବ୍ୟାଗତ, ଓ   ପର୍ଯ୍ୟଟକ ମାନେ ଏ ଦୃଶ୍ୟ କୁ ଦେଖି  ଜ଼ିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧି  ଙ୍କୁ  ପରିହାସ କରୁଛନ୍ତି l ଗାଈ ଗୋରୁ ଙ୍କ ଥଇଥାନ ପାଇଁ ସହର ରେ ଏକ କାଞ୍ଜି ହାଉସ (କାଓ ସେଟ ) ନିର୍ମାଣ ଲାଗି ଅନେକ ବର୍ଷ ରୁ ଅନେକ ଅଧ୍ୟକ୍ଷ, ପୌର ଅଧିକାରୀ, ଜ଼ିଲ୍ଲାପାଳ  ଓ ଜନପ୍ରତିନିଧି ମାନଙ୍କୁ କିଛି ବୁଦ୍ଧିଜୀବୀ, ସଚେତନ ନାଗରିକ,  ମିଡ଼ିଆ ବାରମ୍ବାର ପ୍ରସ୍ତାବ ଓ ଦାବି ଉପସ୍ଥାପନା କରିଆସିଛନ୍ତି l ହେଲେ ସମସ୍ତ ଙ୍କ ପ୍ରୟାସ  ବିଭିନ୍ନ ବାଦ ବିବାଦ ଯୋଗୁଁ ଫେଲ ମାରିଛି l କିନ୍ତୁ ଏବେ ନୂତନ ଭାବେ ଯୋଗ ଦେଇଥିବା ଯୁବ ଓ ଦକ୍ଷତା ସମ୍ପନ୍ନ ଫ୍ରେସ  ଆଇ ଏ ଏସ  ଜ଼ିଲ୍ଲାପାଳ ଶ୍ରୀ ମତୀ ଅବୋଲି ସୁନୀଲ ନରୱଣେ ଙ୍କ ଏ ସମସ୍ୟା ର ପ୍ରତ୍ୟକ୍ଷ ଭାବେ  ନଜର କୁ ଆସିବା ପରେ ଜ଼ିଲ୍ଲାପାଳ  ସୁବର୍ଣ୍ଣପୁର ପୌର ପରିଷଦ କୁ ଗତ ସପ୍ତାହ ରେ  ଅଚାନକ  ପରିଦର୍ଶନ କରିଥିବା 

ଜଣା ଯାଇଛି l ଏବଂ  ପୌର ନିର୍ବାହୀ ଅଧିକାରୀ  କର୍ମଚାରୀ ଙ୍କ  ସହ ପୁଙ୍ଖlନୂପୁଙ୍କ  ଆଲୋଚନା କରି  କାଞ୍ଜି ହାଉସ ନିର୍ମାଣ  ସହିତ ଏକ କେୟାର ସେଣ୍ଟର  ପାଇଁ ତୁରନ୍ତ ଏକ  ଜାଗା ଚିନ୍ହଟ କରିବାକୁ ଓ ଗାଈ ଗୋରୁ ମାଲିକ ମାନଙ୍କ  ଠାରୁ ଫାଇନ ଆଦାୟ ପାଇଁ   ଜ଼ିଲ୍ଲାପାଳ କଡା ନିର୍ଦ୍ଧେଶ କରିଥିବା ଖବର ମିଳିଛି l ଏବଂ  ନିର୍ମାଣ ଧୀନ ସମସ୍ତ ରାସ୍ତା ଘାଟ ଓ  ପ୍ରକଳ୍ପ ଗୁଡିକୁ ଶୀଘ୍ର ସାରିବାକୁ ପରାମର୍ଶ କରି  ଯେମିତି ସହର  ଲୋକମାନଙ୍କ  କୌଣସି ଵି  ଅଭିଯୋଗ ମୋ ପାଖ କୁ ନ ଆସେ  ସେଥିପାଇଁ ସଜାଗ  ରହିବାକୁ ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ରୁଟ ଙ୍କୁ  କହିଛନ୍ତି  l


News Comment




Photo in News

Advertisment
Lastest News
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026

You Might Also Like