-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
08-Jul-2021
ଟିଟିଲାଗଡ (ପ୍ରେରଣା ବ୍ୟୁରୋ) : ଟିଟିଲାଗଡ ନିକଟସ୍ଥ ମାଲେସିରା ଗ୍ରାମ ମୁଖ୍ୟ ରାସ୍ତା ରେ ବାଇକ ଦୁର୍ଘଟଣା ରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଜିଲ୍ଲା ମ୍ୟାଡିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ ମୁରିବାହାଲ ଜଙ୍ଗଲ ବିଭାଗ କର୍ମଚାରୀ ନିଜ ବାଇକ ରେ ଅପରାହ୍ନ ପ୍ରାୟ ୪ ଟା ସମୟରେ ଟିଟିଲାଗଡ ଆସୁଥିବା ବେଳେ ମାଲେସିରା ଗ୍ରାମ ମୁଖ୍ୟ ରାସ୍ତା କଡରେ ଛିଡା ହୋଇଥିବା ଜଣେ ବୃଦ୍ଧା ଙ୍କୁ ଭାରସାମ୍ୟ ହରେଇ ବାଇକ ରେ ଆସି ହଠାତ ଧକ୍କା ଦେଇଥିଲେ । ଫଳରେ ମାଲେସିରା ଗ୍ରାମ ର ଲିବ୍ରା ବଗର୍ତ୍ତି (ବ-୬୫) ନାମ୍ନୀ ଜଣେ ବୃଦ୍ଧା ଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ଡାକ୍ତରଖାନା ପରିବାର ଲୋକେ ଆଣିଥିବା ବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ଡ଼ାକ୍ତର ବଲାଙ୍ଗୀର କୁ ସ୍ଥାନାନ୍ତରିତ କରିଛନ୍ତି । ଆମ୍ବୁଲାନ୍ସ ନ ମିଳିବା ଓ ବିଳମ୍ବ ହେବା ଯୋଗୁଁ ଏକ ଗାଡି ଭଡ଼ା କରି ପରିବାର ଲୋକେ ବଲାଙ୍ଗୀର କୁ ନେଇ ଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ପ୍ରକାଶ ଯେ- ଉକ୍ତ ଜଙ୍ଗଲ ବିଭାଗ କର୍ମଚାରୀ ମଦ ନିଶା ରେ ଚୁର ହୋଇଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି ।