-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
07-Jul-2021
ବଲାଙ୍ଗିର (ପ୍ରେରଣା ଖବର) : ଆଜି ବଲାଙ୍ଗୀରରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (ଖ) ଗ୍ରାମର ବିଜେପି ର ୧୨ଜଣ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବନେତା ଶ୍ରୀ ନିହାର ରଂଜନ ବେହେରାଙ୍କ ନେତୃତ୍ବରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ପାଟଣାଗଡ ବିଧାୟକ ଶ୍ରୀ ସରୋଜ ମେହେର , ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ରାଜେନ୍ଦ୍ର ପ୍ରସାଦ ହୋତା , ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ଶ୍ରୀମତି ଦମୟନ୍ତୀ ବାଗ ଓ ଦଳୀୟ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ