-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
07-Jul-2021
ବିନିକା (ହିମାଂଶୁ ଶେଖର ପୁଟେଲ) : ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଆଜି ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ବରେ ଆଇକ୍ୟୁଏସି ଏଣ୍ଡ ଡିପାଟ ଅଫ ଏଜୁକେଶନ ତରଫରୁ ଏକ ଜାତୀୟ ୱବେନାର ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଟିତ ହୋଇଥିଲା l ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କହଁର ଏହାକୁ ଉଦ୍ଘାଟନ କରିଥିଲେ lଏଥିରେ ଛତିଶଗଡ଼ ରାଜ୍ୟ ରାୟପୁର ସ୍ପସିତ୍ରୁମ କଲେଜ ଅପ ଏଜୁକେଶନର ଅଧ୍ୟକ୍ଷା ତଥା ରିଶୋରସପର୍ସନ ଡ ବିଜୀ ବାହାଦୁର ଯୋଗଦେଇ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଶିକ୍ଷାର ପଠିତ ବିଷୟ ଗୁଡ଼ିକୁ କିପରି ଭାବରେ ମୂଲ୍ୟାୟନ କରାଯିବ ସେ ଉପରେ ଆଲୋକପାତ କରିଥିଲେ l ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରୁ ୧୬୦ଜଣ ପଞ୍ଜିକୃତ କରିଥିଲେ ହେଁ ମାତ୍ର ଗୁଗୁଲ ମିଟରେ କେବଳ ୧୦୦ଜଣ ବ୍ୟକ୍ତି "ଇଭଲେସନ ଅପ ଏସିସମେଣ୍ଟ ଇନ ଅନଲାଇନ ଟିଚିଂ" ଶୀର୍ଷକ ଉପରେ ନିଜନିଜର ମତ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସ୍କୃତ ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତା ବେଦପଠନ କରିଥିବା ବେଳେ ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପକ ବାଣୀ ପ୍ରସାଦ ବିଶ୍ଵାଳ ଅତିଥି ପରିଚୟ ପ୍ରଦାନ ଏବଂ ଶେଷରେ ଏଜୁ କେଶନ ବିଭାଗର ଅଧ୍ୟାପିକା ରୁବୀ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ l