-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
06-Jul-2021
ବିନିକା (ହିମାଂଶୁ ଶେଖର ପୁଟେଲ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ଫୁଲମୁଠି ଗାଁର ଚାଷୀ ୟାଇ. ସାଇରାମ । ବିନିକାର ଜଣେ ଅଗ୍ରଣୀ ଚାଷୀ ଭାବରେ ବେଶ ଜଣାଶୁଣା। ସେ ଚାଷ କରନ୍ତି ହାରାହାରି ନିଜର ୧୪ଏକର ଏବଂ ୩୧ଏକର ଭାଗ ଚାଷୀ l ଏହିପରି ସର୍ବମୋଟ ୪୫ଏକର ଜମି ଚାଷ କରିଥାନ୍ତି l ଧାନ ବିକିବା ପୂର୍ବରୁ ଚରଦା ପେକ୍ସରେ ସବୁ ଦରକାରୀ କାଗଜପତ୍ର ମଧ୍ୟ ଦାଖଲ କରିଥିଲେ। ଧାନବିକ୍ରି ଅବଧି ସମୟ ସରିଗଲାନି ହେଲେ ଚାଷୀଙ୍କୁ ମିଳିପାରିନାହିଁ ଟୋକନ। ବହୁ କଷ୍ଟରେ ଉପାର୍ଜିତ ଧାନସବୁ ଯାହାକି ହାରାହାରି ଏଗାରସହ କୁଇଣ୍ଟାଲ ଧାନ ଖଳାରେ ଗଦେଇ ରଖିଥିବା ଦେଖିବାକୁ ମିଳିଛି l ବର୍ଷା ହେଲେ ତର୍ପୋଲିନ ଜରି ଘୋଡାଇ ରଖିବା ସଙ୍ଗେ ସଙ୍ଗେ ଦିନରାତି ଅନିଦ୍ରା ହୋଇ ଧାନ ସବୁକୁ ଜଗି ରହୁଛନ୍ତି l ଟୋକନ ପାଇଁ ପେକ୍ସକୁ ଯାଉଛନ୍ତି ମିଲୁଛି ଖାଲି ମିଛ ଆଶ୍ୱାସନା ଏହିପରି ଦେଢ଼ମାସ ବିତି ଗଲାଣି, ଧାନବିକ୍ରି ଚିନ୍ତାରେ ଚାଷୀ ସାଇରାମ l ଅନ୍ୟପଟେ ଖରିପ ଋତୁ ଆରମ୍ଭ ପାଇଁ ଚାଷୀ ସଜବାଜ ହେଲାବେଳେ ସାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଖାଲି ସାଇ ଏକମାତ୍ର ଚାଷୀ ନୁହନ୍ତି ସାରା ବିନିକା ଅଞ୍ଚଳରେ ଏପରି ଅନେକ ଚାଷୀ ଏଥର ଧାନବିକ୍ରି କରି ନପାରି ଚିନ୍ତାରେ ଥିବା ଜଣାପଡିଛି l