-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
04-Jul-2021
: ବିନିକା (ହିମାଂଶୁ ଶେଖର ପୁଟେଲ) :ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଆଜି ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ବରେ ଆଇକ୍ୟୁଏସି ଏଣ୍ଡ ଡିପାଟ୍ ଅଫ ଇଂଲିଶ ତରଫରୁ ଏକ ଜାତୀୟ ୱବେନାର ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଟିତ ହୋଇଥିଲା l ସୋନପୁର ଉପ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଏହାକୁ ଉଦ୍ଘାଟନ କରିଥିଲେ lଏଥିରେ ଶ୍ରୀ ସତ୍ୟସାଇ ଇନଷ୍ଟିଚୁ୍ଟ ଅପ ହାଇୟର ଲାର୍ଣିଂ ଏସୋସିଏଟ ପ୍ରଫେସର ଇଂରାଜୀ ତଥା ରିଶୋରସପର୍ସନ ବାଙ୍ଗାଲୋରର ଡ ଅରୁଣ କୁମାର ବେହେରା ଯୋଗଦେଇ ଇଂରାଜୀରେ ଲୋକଙ୍କ ସାଥିରେ ସହଜ ଓ ସରଳ ଭାବରେ ଯୋଡ଼ି ହେବାର ଜ୍ଞାନକୌଶଳ ଉପରେ ମତ ପ୍ରଦାନ କରିଥିଲେ l ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରୁ ୧୨୮ଜଣ ପଞ୍ଜିକୃତ କରିଥିଲେ ହେଁ ମାତ୍ର ଗୁଗୁଲ ମିଟରେ କେବଳ ୧୦୦ଜଣ ବ୍ୟକ୍ତି "ଟୋପିକ ହାଓ୍ୱ ନଟ ଟୁ ମିସକୋମ୍ୟୁନିକେଟ" ଶୀର୍ଷକ ଉପରେ ନିଜନିଜର ମତ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସ୍କୃତ ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତା ବେଦପଠନ କରିଥିବା ବେଳେ ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପକ ବାଣୀ ପ୍ରସାଦ ବିଶ୍ଵାଳ ଅତିଥି ପରିଚୟ ପ୍ରଦାନ ଏବଂ ଶେଷରେ ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ତଥା କୋଡ଼ିନେଟର ରୁଦ୍ର ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l