-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
04-Jul-2021
ବଲାଙ୍ଗିର (ପ୍ରେରଣା ଖବର) : ବଲାଙ୍ଗୀର ଜିଲ୍ଲାର ଉପରଝର ଗ୍ରାମରେ କୀଟ ଲାଗି ସବୁ ନଷ୍ଟ ହେଉଛି ମାତ୍ର ସଠିକ୍ କୀଟ ନାଶକ ମିଲୁ ନାହିଁ ।ଚାଷୀ ହତାଶ ହେଉଛନ୍ତି । ବଜାରରେ ଉପଲବ୍ଧ କୀଟନାଶକ କାମ କରୁନଥିବା ଅଭିଯୋଗ ହୋଇଛି । ଚାଷୀ ବଜାରରୁ ଅନେକ ପ୍ରକାର ନକଲି କୀଟ ନାଶକ କିଣି ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି । ଅଞ୍ଚଳର ଅନେକ ମକା ଚାଷୀ ମକା ଚାଷ କରି ଲାଭ ପାଉଥିଲେ ମାତ୍ର ଏବେ ମକା ଚାଷ ପ୍ରତି ଚାଷୀ ମାନେ ଆଗ୍ରହୀ ପ୍ରକାଶ କରୁନାହାନ୍ତି କି ପୂର୍ବ ଭଳି ଲାଭ ମଧ୍ୟ ପାଉନାହାନ୍ତି ।ତେଣୁ ପ୍ରଶାସନ ତରଫରୁ ଏହାର ଏକ ସର୍ବେକ୍ଷଣ କରି ଚାଷୀଙ୍କୁ ସରକାରଙ୍କ ତରଫରୁ କୀଟନାଶକ ପ୍ରଦାନ କରିବା ସାଧାରଣରେ ଦାବୀ ହେଉଛି ।