-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||     

HOME   ରାଜ୍ୟ

ତେଲ ନଦୀ ସେତୁ ଅସୁରକ୍ଷିତ ପାଇଁ ଯାତ୍ରୀ ହଟ ହଟା : ବ୍ରିଜ ମରାମତି ପାଇଁ ନା ଶୁଣୁଛି ଅଭିଯୋଗ ନା କରୁଛି ଏନ. ଏଚ ବିଭାଗ କେବେ ଚିନ୍ତା

04-Jul-2021



ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ଓଡିଶା ର ସବୁଠୁ ମଜବୁତ ଭାବେ ନିର୍ମାଣ  ଓ  ରାଜା ରାଜୁଡା ସମୟର ସର୍ବ ପୁରାତନ  ବ୍ରିଜ ମଧ୍ୟରେ ସୋନପୁର -ମନମୁଣ୍ଡା ତେଲ ନଦୀ ବ୍ରିଜ ଟି ଏକ ଉଦାହରଣ ଅଟେ l 1970 ମସିହା ରେ ଓଡିଶା ର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ସିଂହ ଦେଓ

ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବା ବେଳେ ୧୯୭୩ ମସିହା ରେ ମହାମାନ୍ୟ ରାଜ୍ୟପାଳ ଶ୍ରୀଯୁକ୍ତ  ବି. ଡ଼ି  ଜଟ୍ଟି  ଏଇ  ବ୍ରିଜ ର ଶୁଭ ଉଦଘାଟନ କରିଥିବା ଜଣା ଯାଏ  l ପ୍ରତ୍ୟହ  ହଜାର ହଜାର ଗାଡି ମୋଟର ଓ ଯାତ୍ରୀ  ଯିବା ଆସିବା କରୁଥିବା ଏଇ ସ୍ମରଣୀୟ ବ୍ରିଜ ଟି କିନ୍ତୁ  ଦୀର୍ଘ  ଛଅ ସାତ  ବର୍ଷ ପୂର୍ବରୁ ଘୋର ଅବହେଳିତ ହୋଇ ପଡିଛି l  ଏଇ ବ୍ରିଜ ର ଉଭୟ ପାର୍ଶ୍ଵ ରେ ଖାଲ ଢିପ ସହ  ପ୍ରଚୁର ବାଲି ଗୋଡି ଜମି ପାଣି ଡ୍ରେନାଇଜ  ହେlଇ  ନ ପାରି  ବ୍ରିଜ  ମଝିରେ ମଧ୍ୟ   ଅନେକ ଫାଟ ଓ ଗାତ ସୃଷ୍ଟି ହୋଇ ଲୁହା ଛଡ଼ ଉପର କୁ ଟେକି  ହୋଇଥିବା ଏବଂ ବ୍ରିଜ ଟି ଆସ୍ତେ ଆସ୍ତେ  ଜରାଜୀର୍ଣ୍ଣ ଅବସ୍ଥା କୁ ଗତି କରୁଥିବା  ଦେଖିବାକୁ ମିଳିଛି l  ଯା ଫଳ ରେ କି  ବର୍ଷା ଦିନ ଏ ବ୍ରିଜ ଟି  ସୋନପୁର ମନମୁଣ୍ଡା  ଅଞ୍ଚଳର  ସବୁ ଗାଈଗୋରୁଙ୍କ ଗୋଠ  ଓ  ଥଇଥାନ କେନ୍ଦ୍ର ପାଲଟିଛି ଏବଂ  ଲୋକେ  ପ୍ରତିଦିନ ଛୋଟ ବଡ଼ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି  l  ଗାଈଗୋରୁଙ୍କ ପାଇଁ ଏବେ ଘଣ୍ଟା ଘଣ୍ଟା ଯାନ ବାହାନ  ଏପରିକି ରୋଗୀ ସେବା  ଆମ୍ବୁଲାନ୍ସ ଗୁଡିକ  ବି  ଅଟକି ଯାଉଛି l  ଆଉ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି l ବ୍ରିଜ ର ଏଭଳି ଅବସ୍ଥା ପାଇଁ ୨୦୧୪ ରୁ  ବିଗତ କିଛି ବର୍ଷ  ଯାଏ  ସୋନପୁର -ମନମୁଣ୍ଡା ର ସ୍ଵଛ ଭାରତ ସଂଗଠନ ର 50  ଜଣ ସଭ୍ୟ ଓ ଉଭୟ ସହର ର କିଛି  ବୁଦ୍ଧିଜୀବୀ ସ୍ବେଛାସେବୀ ବ୍ରିଜ ଉଭୟ ପଟ ର ଖାଲ କୁ ପଥର ଇଟା ବୋହି ନିଜେ ତୋପି  ଥିଲେ ଏବଂ  ଲଗାତାର କ୍ୟାମ୍ପ କରି  ସେମାନେ ନିଜେ ଅକ୍ଲାନ୍ତ ପରିଶ୍ରମ କରି  ବ୍ରିଜ  ର ଅଳିଆ ସଫା କରିଥିଲେ l  ଏ ସାମୁହିକ ସେବା  କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ସ୍ୱଚ୍ଛ ଭାରତ  ସଂଗଠନର ସଭାପତି ଲଷ୍ମୀନାରାୟଣ ମେହେର ଓ ଉପଦେଷ୍ଟା ସୟଦ ଅଲିମୁଲ ଇସଲାମ l ସଂଘ ପକ୍ଷରୁ ବୌଦ୍ଧ   ପ୍ରଶାସନକୁ ବଲାଙ୍ଗୀର ସମ୍ବଲପୁର  ଏନ. ଏଚ ବିଭାଗକୁ ଅନେକ ଥର ଅଭିଯୋଗ କରାଯାଇଥିଲା ସେ ସମୟରେ l ହେଲେ ସାତ ଆଠ ବର୍ଷ ଭିତରେ ବ୍ରିଜରେ  ଥରେମାତ୍ର  ଏନ ଏଚ  ପକ୍ଷରୁ ଖାଲ ମାନଙ୍କରେ କିଛି ଟା  ପିଚୁ ଢାଳି ଥିବା ଦେଖିବାକୁ ମିଳିଛି l  ହେଲେ କାଗଜ କଲମରେ ତାହା  କେତେ ଥର  ମରାମତି ହୋଇଛି  ଖୋଲ ତlଡ଼ କଲେ ଜଣା ପଡିବ l  ରାଜ୍ୟର ଶହ ଶହ ଭି. ଆଇ. ପି,  ମନ୍ତ୍ରୀ. ଯନ୍ତ୍ରୀ  ପୁଣି ପ୍ରତ୍ୟହ ଏପଟେ ଭୁବନେଶ୍ୱର  ଯିବା ଆସିବl କରୁଛନ୍ତି   ମୁଖ୍ୟମନ୍ତ୍ରୀଙ୍କ ପୁରା ବିଶ୍ଵସ୍ଥ ପାଖ ଲୋକ କୁହା ଯାଉଥିବା ବୌଦ୍ଧ ବିଧାୟକ ତଥା  ପ୍ରାକ୍ତନ ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ,  ମୁଖ୍ୟମନ୍ତ୍ରୀଙ୍କ  ଅତି  ପ୍ରିୟ ଓ  ଯୁବ  କଣ୍ଟାମାଳ ବିଧାୟକ ମହୀଧର ରଣା  ତେଲ ନଦୀ ସେପଟେ ଅଛନ୍ତି l   ଆଉ ଜ଼ିଲ୍ଲାରେ  ତଥା ରାଜ୍ୟ ବିକାଶ ରେ ଅର୍ଥ ର କେବେ ଅଭାବ ନାହିଁ ବୋଲି ସବୁ ସଭା ସମିତି ମାନଙ୍କରେ ଦମ୍ଭ ର ସହିତ କହି ଆସୁଥିବା ବର୍ତମାନର ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ପୁଣି  ରାଜ୍ୟର ଦକ୍ଷତା ସମ୍ପନ୍ନ ତଥା ଅଭିଜ୍ଞା  ସଡ଼କ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା  ମଧ୍ୟ ଉଭୟେ  ବ୍ରିଜ ଏପଟେ  ବସବାସ ଓ  ଯିବା ଆସିବା  କରୁଛନ୍ତି l ରାଜ୍ୟ

ର  ସବୁ ସମସ୍ୟାର ଅନୁଧ୍ୟାନ ଓ ସମାଧାନ  କରୁଛନ୍ତି l  ହେଲେ ଏଇ ତେଲନଦୀ  ବ୍ରିଜ  ଆଉ ମହାନଦୀରୁ ତେଲନଦୀ ଯାଏ ନିର୍ମାଣ ହେବାକୁ ଥିବା  ଏନଏଚ  ରାସ୍ତା  ପ୍ରଶସ୍ତିକରଣ ର ଅବସ୍ଥା  ଓ ଘୋର  ଅବ୍ୟବସ୍ଥା ଉପରେ  କଣ କାହାରି ନଜର ପଡୁନି  କି ବୋଲି ଉଭୟ ଜ଼ିଲ୍ଲାର ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି l   ବ୍ରିଜ ର ମରାମତି ସହ ଅଟକି ଥିବା  ବାଇପାସ ଫୋରୱେ  ନୂତନ  ରାସ୍ତା  ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜନସାଧାରଣ ଦାବି କରିଛନ୍ତି l  


News Comment




Photo in News

Advertisment
Lastest News
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026

You Might Also Like