-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||     

HOME   ଜିଲ୍ଲା

ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

17-Oct-2026



ବଲାଙ୍ଗିର(ପ୍ରେରଣା ଖବର): ପୁଇଁତଲା ବ୍ଲକ ଅନ୍ତର୍ଗତ ପିପଲବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ମଲମୁଣ୍ଡା ସିଆରସିସି  ପ୍ରମୋଦ କୁମାର ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ପୁଇଁନ୍ତଳା ସରପଞ୍ଚ ଶ୍ରୀମତୀ ଦେବକୀ ସେଠ ଯୋଗଦେଇ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ତଥା ସେମାନଙ୍କ ସୃଜନଶୀଳତାର ପରିପ୍ରକାଶ ପାଇଁ ‘ସୁରଭି’ ଏକ ଶ୍ରେଷ୍ଠ ମାଧ୍ୟମ ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୁଇଁନ୍ତଲା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତ୍ରିନାଥ ପାତ୍ର , ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରସନ୍ନ କାଲସାଏ , ବୁବେଲ ସିଆରସିସି ମାନସ କୁମାର ପାଣିଗ୍ରାହୀ , ସିଆରସିସି ଅଜିତ କୁମାର ଶତପଥୀ, ବଇରାସର ସିଆରସିସି ରଞ୍ଜିତ ମିଶ୍ର, ଛତାମଖନା ସିଆରସିସି ବସନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଗୁଣାତ୍ମକ ଶିକ୍ଷା ଓ ସହ-ପାଠ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ କ୍ଲଷ୍ଟର ଅଧୀନସ୍ଥ ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ, ଦଳଗତ  ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା , ହସ୍ତାକ୍ଷର ତଥା କୁଇଜ୍, ଭଳି ଉପ-କନିଷ୍ଠ, କନିଷ୍ଠ ଓ ବରିଷ୍ଠ  ବର୍ଗରେ ସମୁଦାୟ ୨୬ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ଉତ୍ସାହିତ କରାଯାଇଥିଲା। ଏଠାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଆଗାମୀ ବ୍ଲକ ସ୍ତରୀୟ ‘ସୁରଭି’ ମହୋତ୍ସବରେ ମାଳମୁଣ୍ଡା କ୍ଲଷ୍ଟରକୁ ପ୍ରତିନିଧିତ୍ୱ କରିବେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସିଦ୍ଧେଶ୍ୱର ତାଣ୍ଡି, ଲିଲି ସାହୁ, ଅଶ୍ୱିନୀ ସାହୁ ଓ ମଲମୁଣ୍ଡା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶଶାଙ୍କ ଶେଖର ବହିଦାରଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026

You Might Also Like