-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
ସମ୍ବଲପୁର(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ):ସମ୍ବଲପୁର ରୋଟାରୀ କ୍ଲବ ପକ୍ଷରୁ ହୀରାକୁଦ କଲୋନୀ ସ୍ଥିତ କ୍ଲବର କାର୍ଯ୍ୟାଳୟ ପରିସରରେ ଗୁରୁବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା I ଏହି ରକ୍ତଦାନ ଶିବିରରେ ୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇ ବୁର୍ଲା ରକ୍ତଭଣ୍ଡାରକୁ ଦାନ କରାଯାଇଛି। କ୍ଲବର ବରିଷ୍ଠ ସଦସ୍ୟା ଡା.ନାରାୟଣୀ ପଣ୍ଡାଙ୍କ ଦ୍ଵାରା ଉଦଘାଟିତ ଶିବିରରେ ବୁଲା ରକ୍ତ ଭଣ୍ଡାର ଅଧିକାରୀ ଡା.ଧନଞ୍ଜୟ ରାଠୋର, ମଣ୍ଡୁ ପ୍ରଧାନ, ଦେବାଶିଷ ମିଶ୍ର, କାମକା ବେହେରା ଓ ପ୍ରହଲ୍ଲାଦ ଭୋଇ ରକ୍ତ ସଂଗ୍ରହ କରିଥିଲେ I ଡା.ଅଶୋକ ସିଂହ, ଡା.ଡି.ଏସ. ଶତପଥୀ ଓ ଡା.ଅତନୁ ଠାକୁର ଙ୍କୁ ଡାକ୍ତର ଦିବସ ଓ ଚାର୍ଟାଡ ଆକାଉଣ୍ଟାଣ୍ଟ ଶ୍ରୀକାନ୍ତ ମୁଖାର୍ଜୀଙ୍କୁ ସିଏ ଦିବସ ଉପଲକ୍ଷେ ସମ୍ବଦ୍ଧିତ କରାଯାଇଛି। ଶିବିରରେ ସଭାପତି ବିକ୍ରମ ସେନାପତି, ସମ୍ପାଦକ ଦେବାଶିଷ ରାୟଗୁରୁ, ଡା. ଅଶୋକ ସିଂହଲ, ଡ.ପ୍ରମୋଦ କୁମାର ରଥ, ରାଜକିଶୋର ଦାଶ, ଉଦିତ ପ୍ରସାଦ ବାବୁ, ଏମ.ପି. ନାୟକ, ରଶ୍ମୀ ରଞ୍ଜନ ମହାପାତ୍ର, ସୁଧୀର ପଣ୍ଡା, ପ୍ରଦୀପ ଦେବତା, ସୁବ୍ରତ ନାୟକ, ତୁଷାର ପ୍ରଧାନ, ସୁବୋଧ ପାଣିଗ୍ରାହୀ ଓ ସୁଶାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।