-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
01-Jul-2021
ବାଲିଗୁଡ଼ା,(ପ୍ରେରଣା ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ଭାଜପା ବିଧାୟକ କରେନ୍ଦ୍ର ମାଝୀ ବୁଧବାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ବର ସ୍ଥିତ ଏମସରେ ଭର୍ତ୍ତି ହୋଇଛନ୍ତି। କରୋନା ମହାମାରୀ ସମୟରେ ନିଜ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧ ସମେତ ବିଭିନ୍ନ ଲୋକେ କିଭଳି ରହିଛନ୍ତି ସେନେଇ ଏକ ସପ୍ତାହ ହେଲା ନିଜ ନିର୍ବାଚନ ମଣ୍ଡଳୀ ତୁମୁଡ଼ିବନ୍ଧ ବ୍ଲକ ର ଗୁମା, ବେଲଘର ଅଞ୍ଚଳକୁ ଆସିଥିବା ବେଳେ ଥଣ୍ଡା ଖାଶ ହେବା ସହ ମୁଁହ ଫୁଲି
ଯାଇଥିଲା ।ସେ ପ୍ରଥମେ ଆଣ୍ଟୀଜେନ ଟେଷ୍ଟ ରେ ନେଗେଟିଭ ଆସିଥିବା ବେଳେ ଆର୍ଟିପିସିଆର ରେ ପଜିଟିଭ ଆସିଲା ଚିକିତ୍ସା ପାଇଁ ଏମସରେ ଭର୍ତ୍ତି ହୋଇଛନ୍ତି। ପ୍ରକାଶ ଯେ,କରେନ୍ଦ୍ର ମାଝି ୨୦୦୪-୨୦୦୯, ୨୦୦୯-୨୦୧୪ ଦୁଇଥର ବାଲିଗୁଡା ବିଧାୟକ ଭାବେ ନିର୍ବାଚିତ ହୋଇ ଥିବା ବେଳେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ସମେତ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଦାୟୀତ୍ଵ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି। ତାଙ୍କ ଆଶୁ ଆରୋଗ୍ୟ ପାଇଁ ତାଙ୍କ ଶୁଭେଛୁ ଓ ସମର୍ଥକ କାମନା କରିଛନ୍ତି l