-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
01-Jul-2021
ଖୋର୍ଦ୍ଧା:(ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ୬୫ ଜଣ ଆଶାକର୍ମୀ ଚଳିତ ବର୍ଷ ରାଜ୍ୟ ମୁକ୍ତ ବିଦ୍ୟାଳୟରୁ ମ୍ୟାଟ୍ରିକ ପାସ କରିଛନ୍ତି । ସେମାନଙ୍କ ମଧ୍ୟରେ ଆଶାକର୍ମୀ ଗୁନାରାଣୀ ଖଟୁଆ ୫୯ ବର୍ଷ, ରାଧାମଣୀ ମହାନ୍ତି ୫୮ ବର୍ଷ, କେତକୀଲତା ରାଉତ ୫୮ ବର୍ଷ ଓ ରଜନୀରାଣୀ ମହାନ୍ତି ୫୮ ବର୍ଷ ସାମିଲ ଅଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟରକ୍ଷା କାର୍ଯ୍ୟରେ ନିୟୋଜିତ ହେବା ପାଇଁ ୨୦୦୬ ମସିହାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ପ୍ରତ୍ୟେ ରାଜସ୍ୱ ଗ୍ରାମରେ ଜଣେ ଲେଖାଏଁ ଆଶାକର୍ମୀ ନାମମାତ୍ର ପାରିଶ୍ରମିକ ଓ ପ୍ରେତ୍ସାହନ ଭିତ୍ତିରେ ନିଯୁକ୍ତି ଦିଆଯାଇଥିଲା । ସେହିସମୟରେ ଶିକ୍ଷାଗତ ଯୋଗ୍ୟତା ସପ୍ତମ ପାସ ରଖାଯାଇଥିଲା । ମାତ୍ର ବାସ୍ତବରେ ତୃତୀୟ, ପଞ୍ଚମ ଶ୍ରେଣୀ ଯୋଗ୍ୟତା ଥିବା ବହୁ ବୟସ୍କ ମହିଳା ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ୨୦୧୮ ମସିହାରେ ଆଶା କର୍ମୀଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ଅନ୍ୟୁନ ମ୍ୟାଟ୍ରିକ ଧାର୍ଯ୍ୟ କରାଯାଇଥିଲା । ଏହାସହ ପୂର୍ବରୁ ନିଯୁକ୍ତି ପାଇଥିବା ଅପେକ୍ଷାକୃତ କମ ଶିକ୍ଷାଗତ ଯୋଗ୍ୟତା ଥିବା ଆଶାକର୍ମୀଙ୍କୁ ମୁକ୍ତ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ମ୍ୟାଟ୍ରିକ ପାସ କରିବାକୁ ପଡିବ ବୋଲି ସର୍ତ୍ତ ରଖାଗଲା । କାରଣ କାର୍ଯ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମ୍ୟାଟ୍ରିକ ଯୋଗ୍ୟତା ନିର୍ଦ୍ଧାରଣ କରାଯାଗଲା । ତଦନୁଯାୟୀ ଜାତୀୟ ହେଲଥ ମିଶନର ରାଜ୍ୟ ନିର୍ଦ୍ଦେଶକ ୨୦୧୯ ମସିହା ଅଗଷ୍ଟ ୨୪ ତାରିଖରେ ପତ୍ର ସଂକ୍ୟା ୨୫୪୦ ଅନୁଯାୟୀ ଶିକ୍ଷାଗତ ସଶକ୍ତ ପାଇଁ ପ୍ରତ୍ୟେକ ଅଣମ୍ୟାଟ୍ରିକ ଆଶାକର୍ମୀ ରାଜ୍ୟମୁକ୍ତ ବିଦ୍ୟାଳୟରେ ସରକାରୀ ଖର୍ଚ୍ଚରେ ମ୍ୟାଟ୍ରିକ ଅଧ୍ୟୟନ କରି ପାସ ପ୍ରମାଣପତ୍ର ହାସଲ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାôଦକାରୀ ପତ୍ର ସଂଖ୍ୟା ୬୦୬୦ ଅନୁଯାୟୀ ଏହି ନିର୍ଦ୍ଦେଶକୁ ପାଳନ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ୧୪୩ ଆଶାକର୍ମୀଙ୍କ ମଧ୍ୟରୁ ଅଣମ୍ୟାଟ୍ରିକ ଥିôବା ୮୫ଜଣଙ୍କ ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ୨ଲକ୍ଷ ୫୩ ହଜାର ୩ଶହ ଟଙ୍କା ଅନୁଦାନ ଆସିଥିଲା । ନାମଲେଖା ଠାରୁ ଆରମ୍ଭ କରି ପରୀକ୍ଷା ପର୍ଯ୍ୟନ୍ତ ପ୍ରତ୍ୟେକ ଆଶାକର୍ମୀଙ୍କ ପାଇଁ ମେଡିକାଲ ପକ୍ଷରୁ ରାଜ୍ୟ ମୁକ୍ତ ବିଦ୍ୟାଳୟର ଭଣ୍ଡାରିପୋଖରୀ କେନ୍ଦ୍ରକୁ ପୈଠ ହୋଇଥିଲା ୨୯୮୦ଟଙ୍କା । ଏମାନଙ୍କ ମଧ୍ୟରୁ ୨୦୧୯ ମସିହାରେ ପରୀକ୍ଷା ଦେଇ ପାସ କରିଥିଲେ ୧୯ ଜଣ । ଅବଶିଷ୍ଟ ୬୬ ଜଣଙ୍କ ମଧ୍ୟରୁ ଜଣେ ଚଳିତ ବର୍ଷ ଫର୍ମଫିଲପ ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ । ଅନ୍ୟ ୬୫ଜଣ ସରକାରୀ ଖର୍ଚ୍ଚରେ ଫର୍ମପୂରଣ କରିଥିଲେ ମ୍ୟାଟ୍ରିକ ପରୀକ୍ଷା ପାଇଁ । ପରୀକ୍ଷା ବାତିଲର ସୁଯୋଗ ନେଇ ଫର୍ମପୂରଣ କରିଥିବା ସମସ୍ତ ୬୫ଜଣ ଅଣମ୍ୟାଟ୍ରିକ ଆଶା କର୍ମୀ ପାସ କରିବାର ସୁେଯୋଗ ଲାଭ କରିଥିଲେ । ଆଶା କର୍ମୀଙ୍କ ଅବସର ମଧ୍ୟ ୬୦ ବର୍ଷ ରହିଛି । ଆଉ ମାତ୍ର ଗୋଟିଏ ବର୍ଷ ବାକି ଥାଇ ବସୁଠାରୁ ବୟସ୍କ ଆଶା କର୍ମୀ ଭାବେ ଗୁନାରାଣୀ ଖଟୁଆ ପାସ କରିଥିବା ସମ୍ପର୍କରେ ଉଭୟ ମେଡିକାଲ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସୂତ୍ରରୁ ପ୍ରକାଶ ।