-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
01-Jul-2021
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) : ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ରେ ନୂତନ ଜ଼ିଲ୍ଲାପାଳ ଭାବେ ଅବୋଲି ସୁନୀଲ ନର୍ଭଣେ ଯୋଗ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସହିତ ଜ଼ିଲ୍ଲାର ତଳସ୍ତରର ଲୋକଙ୍କ ବିକାଶ, ସୋନପୁର ର ସଂସ୍କୃତି ଓ ପାଟ ଶିଳ୍ପ ର ବିକାଶ ତଥା ସାମୁହିକ ବିକାଶ ଉପରେ ପ୍ରଥମେ ପ୍ରାଥମିକତା ଦେବାକୁ ସେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l ଏହି ଅବସରରେ ଜିଲ୍ଲାର ବିକାଶ ପାଇଁ ସେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ l ଶ୍ରୀମତୀ ନର୍ଭଣେ ରାଉରକେଲାରେ ଅତିରିକ୍ତ ଜ଼ିଲ୍ଲାପାଳ ଭାବେ ଦୁଇ ବର୍ଷ ଖୁବ ଦକ୍ଷତା ଓ ନିରପେକ୍ଷତା ସହ ସୁଚାରୁ ରୂପେ କାର୍ଯ୍ୟ କରି ପ୍ରଶଂସିତ ହୋଇ ଥିବା ବେଳେ ରାଉରକେଲା ସିଟି ର ବିଭିନ୍ନ ଅଂଚଳ ରେ ଥିବା ନୂତନ ମାର୍କେଟ କମ୍ପ୍ଲେକ୍ସ ସରକାରୀ ଘର ର ଭଡା ବୃଦ୍ଧି ଦର କୁ ହ୍ରାସ ଓ ସ୍ଥିର କରାଇ କୋଭିଡ ଭଳି ସଙ୍କଟ ବେଳେ ବ୍ୟବସାୟୀ ଙ୍କୁ ଉତ୍ସାହିତ ଓ କାମ ହରାଇ ଥିବା ସ୍ୱୟଂ ସହାୟକ ମହିଳା ଓ କର୍ମଜୀବି ଙ୍କୁ ସ୍ୱାବିଲମ୍ବି କରାଇବା ର ପ୍ରୟାସ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି l ସୁବର୍ଣ୍ଣପୁରରେ ସେ ଜ଼ିଲ୍ଲାପାଳ ଭାବେ ପ୍ରଥମେ ଦାଇତ୍ୱ ନେଇ ଥିବାରୁ ଏବଂ ଜ଼ିଲ୍ଲା ରେ ପୁଣି ଏବେ ଦୁଇ ଦୁଇ ଜଣ ଅଭିଜ୍ଞ କ୍ୟାବିନେଟ ମନ୍ତ୍ରୀ ଥିବା ଓ ଏହା ଏକ ଅପୂର୍ଵ ସଂଯୋଗ ଥିବାରୁ ଜ଼ିଲ୍ଲାର ଦ୍ରୁତ ବିକାଶ ହେବ ବୋଲି ବୁଦ୍ଧିଜୀବୀ ଓ ଜ଼ିଲ୍ଲାବାସୀ ଦୃଢ଼ ଆଶା ରଖିଛନ୍ତି l ବିଶେଷ କରି ଜ଼ିଲ୍ଲା ତଥା ରାଜ୍ୟ ରେ ଭୁଶୁଡି ପଡ଼ିଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଓ କୃଷି ଭଳି ସମସ୍ୟା ଵା ବିଭାଗ କୁ ସଠିକ ମାର୍ଗଦର୍ଶକ ଦେଇ ସେ ସବୁ ର ତୁରନ୍ତ ସୁଧାର ଆଣି ପାରିଲେ ନୂତନ ଜ଼ିଲ୍ଲାପାଳ ଶ୍ରୀମତି ନର୍ଭଣେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ l ଏବଂ ପ୍ରଶାସନ ଓ ଜନ ପ୍ରତିନିଧି ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ବୁଦ୍ଧିଜୀବୀ ପରାମର୍ଶ କରିଛନ୍ତି l ଜ଼ିଲ୍ଲା ରେ ପୁଣି ଲଗାତାର ଭାବେ ଦୁଇ ଦୁଇ ଜଣ ମହିଳା ଫ୍ରେସ ଆଇ -ଏ -ଏସ ଙ୍କ ଯୋଗଦାନ ନିଶ୍ଚିତ ଭାବେ ଏକ ରେକର୍ଡ ଓ ଏହା ଜ଼ିଲ୍ଲା ର ଦ୍ରୁତ ଅଗ୍ରଗତି ପାଇଁ ଶୁଭ ସୂଚନା ଅଟେ l